ଭିଡେ ତୋ ପାସ

ତୋ ଚକାନୟନ
ତୋ କଳାବଦନ
କିଏ ଦେଖେ କେତେଦିନ,
ଯାହାକୁ ଆୟୁଷ
ଯେତେ ତୁ ଦେଇଛୁ
ସିଏ ଦେଖେ ସେତେଦିନ ।

ପାପି ତପୀ ଜପି
କେତେ କେ ଅଛନ୍ତି
କା ଭାଗ ପଡିଛି କେତେ,
ସତ କରି କୁହ
ଆଜି ତୁ କାଳିଆ
ମୋ ଭାଗରେ ଅଛି କେତେ ।

ଯାହାକୁ ଭେଟୁଛି
ସିଏ ହିଁ କହୁଛି
ଆଜି ଅଛି କାଲି ନାହିଁ,
କାଲି ସକାଳ କେ
ଭଲରେ ଦେଖିବ
ଏ ଦମ୍ଭ କା ମନେ ନାହିଁ ।

ସଭିଏଁ ଭରସା
ତୁମକୁ ହିଁ କରି
ବାଟ ଚାଲୁଛନ୍ତି ସତେ,
ସତ ଶୁଣିବାକୁ
ତୋତେ ଚାହିଁଛନ୍ତି
ମଉନେ ବସିବୁ କେତେ ।

ପାଟି ଖୋଲି ଥରେ
କୁହରେ କାଳିଆ
ମନେ ଭାବେ ଦିନ ଶେଷ,
କିଏ ସେ ଭିଡନ୍ତି
ଡାକ୍ତରଖାନାକୁ
ମୋ ମନ ଭିଡେ ତୋ ପାସ ।
😌😌😌😌😌😌✍️
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ