ଭିତରକନିକା ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଭିତରକନିକା ମହୋତ୍ସବ ନିମନ୍ତେ ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଫେବୃୟାରୀମାସ ୭ତାରିଖ ଠାରୁ ୯ତାରିଖ ପର୍ଯ୍ୟନ୍ତ ତିନିଧରି ରାଜନଗର ନଳିତାପାଟିଆରେ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ପ୍ରାୟ ୧୦ ଏକର ପରିମିତ ସଂପୃକ୍ତ ପଡିଆରେ ୧୫୦ଟି ଷ୍ଟଲ ବ୍ୟବସ୍ଥା କରାଯିବା,ପେଣ୍ଡାଲ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯିବାକୁ ଭୂବନେଶ୍ୱରର ପ୍ରିଲ୍ୟୁଡ ଇଭେଂଟ ମ୍ୟାନେଜମେଂଟ ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥି ନିମନ୍ତେ ସେହି ପଡିଆକୁ ସମତଳ କରାଯିବା ପାଇଁ ପୂର୍ତ୍ତ ଡିଡଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ୍ତ କୁମାର ମହାନ୍ତିଙ୍କୁ ଦାୟିତ୍ୱ ପ୍ରଦାନ ସହିତ ସେଠାରେ ଅସ୍ଥାଇ ନଳକୂପ ଖନନ ଓ ୨୦ଟି ପୁରୂହ ଏବଂ ୨୦ଟି ମହିଳା ଅସ୍ଥାଇ ପରିଶ୍ରାଗାର ନିର୍ମାଣ ନିମନ୍ତେ ପାନୀୟ ଜଳ ଯୋଗାଣ ତଥା ପରିମଳ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ଦିଲ୍ଲିପ କୁମାର ଦେହୁରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ମହୋତ୍ସବରେ ପଚାଷ ପ୍ରତିଶତ ଷ୍ଟଲ ସ୍ୱୟଂ ସହାୟିକା ଗୋଷ୍ଠିମାନଙ୍କୁ ପ୍ରଦାନ କରାଯିବ ଏବଂ ଏହାର ଦାୟିତ୍ୱରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ଲ ନିର୍ଦେଶକ ଦିଲ୍ଲିପ କୁମାର ପରିଡାଙ୍କୁ ରଖାଯାଇଛି । ମାର୍ଶାଘାଇର ଅତିରିକ୍ତ ତହସିଲଦାର ବିକ୍ରମ ପରିଡାଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣର ଦାୟିତ୍ୱ ପ୍ରଦାନ କରାଯାଇଛି । ମହୋତ୍ସବ ଉପଲକ୍ଷେ ଏକ ପତ୍ରିକା ପ୍ରକାଶନ କରାଯିବାକୁ ନିଷ୍ପତି ଗ୍ରହଣ ସହ ଏହାର ଦାୟିତ୍ୱ ଜିଲ୍ଲା ନିଜାରତ ଅଧିକାରୀ ଡଃ.ବିରଜା ପ୍ରସାଦ ରାଉତରାୟଙ୍କୁ ପ୍ରଦାନ କରାଯାଇଛି । ଏ ସମସ୍ତ କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ତଦାରଖ କରିବା ସହିତ ପ୍ରତ୍ୟେକ ଦିନର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିବାକୁ ପରାମର୍ଶ ଦିଆଯାଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ସିଡିଏମଓ ଉର୍ମିଳା ମିଶ୍ର, ଜିଲ୍ଲା ଜରୁରୀ ଅଧିକାରୀ ସମ୍ବିତ ଶତପଥୀ, ସିଏସଓ ରଜନିକାନ୍ତ ଦାସ, ଆଂଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ, କେନ୍ଦ୍ରାପଡା ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ପଟ୍ଟାମୁଣ୍ଡାଇ ପୋର ନିର୍ବାହୀ ଅଧିକାରୀ ସମ୍ପଦ ସ୍ୱାଇଁଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ