ଭିତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ ଡଃ ମହେନ୍ଦ୍ରନାଥ ପାଣ୍ଡେ

ଭାରତକୁ ବିଶ୍ୱର କୌଶଳ ରାଜଧାନୀ ବନାଇବାର ପ୍ରୟାସରେ ସ୍କିଲ ଡେଭେଲପ୍ମେଂଟ ଏଣ୍ଡ ଏଂଟର୍ପ୍ରେନିଓରସିପ ମନ୍ତ୍ରୀ ଡଃ ମହେନ୍ଦ୍ରନାଥ ପାଣ୍ଡେ ମୁମ୍ବାଇ ଠାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସ୍କିଲର ଶିଳାନ୍ୟାସ କରିଛନ୍ତି । ଯେଉଁ ଛାତ୍ର ଦଶମ ଓ ଦ୍ୱାଦଶ ସରିବା ପରେ ଟେକ୍ନିକାଲ ଶିକ୍ଷା ନେବାକୁ ଚାହୁଁଥିବା ବିଦ୍ୟାର୍ଥୀ ମାନଙ୍କୁ ନୂତନ ଭାରତ ଓ ବିଶ୍ୱ ବଜାର ପାଇଁ ରୋଜଗାର ଯୋଗ୍ୟ ଏବଂ ଶିଳ୍ପ ପାଇଁ ପ୍ରସ୍ତୁତ କରାଯିବ । ଆଇଆଇଟି ଏବଂ ଆଇଆଇଏମ୍ ପରି ବିଖ୍ୟାତ ଶିକ୍ଷାନୁଷ୍ଠାନର ଢାଂଚାରେ ଆଇଆଇଏସ୍ ଗଢାଯିବ ଏବଂ ଏଠାରେ ଆର୍ନ୍ତଜାତୀୟ ସ୍ତରର କୌଶଳ ଶିକ୍ଷାନୁଷ୍ଠାନ ମାନଙ୍କର ସୁବିଧା ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅମରଜିତ ମିଶ୍ର, କୁଲା ବିଧାୟକ, ମଙ୍ଗେସ କୁଦଲକର, କର୍ପୋରେଟର ମାଲିକ ଅବଦୁଲ ରଶିଦ, ଟାଟା ସନସ୍ ର ନଟରାଜନ ଚନ୍ଦ୍ରଶେଖରନ, ନ୍ୟାସନାଲ ସ୍କିଲ ଡେଭେଲପ୍ମେଂଟ କର୍ପୋରେସନ ର ଅଧ୍ୟକ୍ଷ ଏ.ଏମ୍ ନାୟକ, ଲର୍ସନ ଓ ଟର୍ବୋ ଗ୍ରୁପର ଅଧ୍ୟକ୍ଷ କେ.ପି କ୍ରିଷ୍ଣନ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ମୁମ୍ବାଇ ର ଏଏସ୍ଟିଆଇ କ୍ୟାମ୍ପସ ଠାରେ ଆଇଆଇଏସ୍ ର କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଟାଟା ଏଜୁକେସନ୍୍ ଡେଭେଲପ୍ମେଂଟ ଟ୍ରଷ୍ଟ କୁ ପ୍ରତିଦ୍ୱନ୍ଦିତାମୁଳକ ବିଡିଙ୍ଗ୍ ପ୍ରକ୍ରିୟାରେ ଚୟନ କରାଯାଇଛି । ବିଦ୍ୟାର୍ଥୀ ଙ୍କୁ ସର୍ବୋତମ ଭିତିଭୁମି ଓ ସୁବିଧା ଯୋଗାଇ ଦେବା ପାଇଁ ଟାଟା ଗ୍ରୁପ ଏହି ୪.୫ ଏକର କ୍ୟାମ୍ପସରେ ୩୦୦ କୋଟି ଟଙ୍କା ନିବେଶ କରିବ । ଏହି ଅନୁଷ୍ଠାନର ଲକ୍ଷ ୫୦୦୦ ବିଦ୍ୟାର୍ଥୀ ଙ୍କୁ ପ୍ରତିବର୍ଷ ପ୍ରଶିକ୍ଷଣ ଓ ୭୦ ପ୍ରତିଶତ ପ୍ଲେସମେଂଟ ସୁଯୋଗ । ସ୍କିଲ ଇଣ୍ଡିଆ ମିଶନ କୁ ଆଗକୁ ବଢାଇବା ପାଇଁ କେନ୍ଦ୍ର କ୍ୟାବିନେଟ ଦେଶର ତିନୋଟି ସ୍ଥାନ ଯଥା ମୁମ୍ବାଇ, ଅହମ୍ମଦାବାଦ୍ ଓ କାନପୁର ଠାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସ୍କିଲସ୍ (ଆଇଆଇଏସ୍) ର ପ୍ରତିଷ୍ଠା ପାଇଁ ସମ୍ମତି ଦେଇଥିଲେ । ଏହି ଅନୁଷ୍ଠାନ ଗୁଡିକ ପବ୍ଲିକ ପ୍ରାଇଭେଟ ସହଭାଗୀତା (ପିପିପି) ମଡେଲ ରେ ପଢାଯିବ । ବିଶ୍ୱସ୍ତରର ଅନୁଷ୍ଠାନ ଭାବରେ ଏହାକୁ ଗଢିବା ପାଇଁ ଏଠାରେ ସମସ୍ତ ଖ୍ୟାତି ସମ୍ପନ୍ନ କୌଶଳ ଶିକ୍ଷାନୁଷ୍ଠାନର ଶ୍ରେଷ୍ଠତାକୁ ଆପଣାଯିବ । ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କ ସହ ଯୋଗାଯୋଗ ରଖାଯାଇ ଏଠାରେ ପ୍ରଶିକ୍ଷଣ ଦିଆଯିବ । ଏହି ଅନୁଷ୍ଠାନରେ ଡିଜିଟାଲ ପ୍ଲାଟଫର୍ମରେ ଆଧୁନିକ ପ୍ରଶିକ୍ଷଣ ପଦ୍ଧତି ଏବଂ କୋର୍ସ ଦିଆଯିବ । ଏହି ଅନୁଷ୍ଠାନର ଉଦ୍ଘାଟନ କରି ସ୍କିଲ ଡେଭେଲପ୍ମେଂଟ ଏଣ୍ଡ ଏଂଟର୍ପ୍ରେନିଓରସିପ ମନ୍ତ୍ରୀ ଡଃ ମହେନ୍ଦ୍ରନାଥ ପାଣ୍ଡେ କହିଛନ୍ତି, “ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସିଙ୍ଗାପୁରରେ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର ବୁଲି ଦେଖିଲା ପରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସ୍କିଲର ପରିକଳ୍ପନା କରିଥିଲେ । ଏହାକୁ ଆନ୍ତର୍ଜାତୀୟ ବଜାର ଓ ଆଧୁନିକ ଆବଶ୍ୟକତାର ଚହିଦା ମେଂଟାଇବା ପାଇଁ ବିଶ୍ୱସ୍ତରର ଭିତିଭୁମି ଓ ସୁବିଧା ସମକକ୍ଷ ଗଢିବାକୁ ହେବ । ମେକ ଇନ ଇଣ୍ଡିଆ ପରି ଖୁବ ଶିଘ୍ର ସ୍କିଲଡ୍ ଇନ ଇଣ୍ଡିଆ ପାଇଁ ଭାରତୀୟ ମାନେ ପ୍ରଖ୍ୟାତ ହେବେ ।” ଟାଟା ସନସ୍ର ଅଧ୍ୟକ୍ଷ ନଟରାଜନ ଚନ୍ଦ୍ରଶେଖରନ କହିଥିଲେ, “ଅର୍ଥନୈତିକ ପ୍ରଗତି ପାଇଁ ନିଯୁକ୍ତି ଅତ୍ୟାବଶ୍ୟକୀୟ । ଏ କ୍ଷେତ୍ରରେ କୌଶଳ ବିକାଶ ହିଁ ଏକ ମାତ୍ର ରାସ୍ତା । ଏଥିପାଇଁ ଆମକୁ ବଜାର ଚାହିଦାକୁ ଅନୁଧ୍ୟାନ କରି ଯୁବପିଢି ଙ୍କୁ ଭବିଷ୍ୟତର ନିଯୁକ୍ତି ପାଇଁ ପ୍ରସ୍ତୁତ କରିବାକୁ ପଡିବ ।” ଏହି ଶିଳାନ୍ୟାସ ସମାରୋହ ପରେ ସମସ୍ତ ଅତିଥି ବୃନ୍ଦ ମୁମ୍ବାଇର ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟ ଠାରେ ବୃକ୍ଷ ରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ