ଭିତ୍ତିପ୍ରସ୍ତର ସ୍ଥାପନା ୧୫ବର୍ଷ ବିତିଲା : ନିର୍ମାଣ ହୋଇପାରିଲାନି   ମାର୍କେଟ କମ୍ପ୍ଲେକ୍ସ

ନିମାପଡ଼ା, (ସନ୍ତୋଷ ଦାଶ) :ନିମାପଡ଼ା ଏନଏ ସି ର ଜନଗହଳି ପୂର୍ଣ୍ଣ ସ୍ଥାନ ୭ ନଂ ୱାର୍ଡ ପରିବା ମାର୍କେଟ ଠାରେ ମୋହନ ଦାସ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ନିମନ୍ତେ ଗତ ୩୧. ୦୮.୨୦୦୭ ରେ ଶିଳାନ୍ୟାସ କରାଯାଇଥିଲା । ଇତି ମଧ୍ୟରେ ୧୫ ବର୍ଷ ବିତିଛି । କିନ୍ତୁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ । ଏଣୁ ସ୍ଥାନୀୟ ବ୍ୟବସାୟୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ତତ୍କାଳୀନ ବିଧାୟକ ବାଇଧର ମଲ୍ଲିକ , ତହସିଲଦାର କାହ୍ନୁ ଚରଣ ଧିର, ନିମାପଡା ନଗରପାଳ ଅଜୟ କୁମାର ଭୋଇ ପ୍ରମୁଖ ଏଠାରେ ମାର୍କେଟ କମ୍ପ୍ଲେକ୍ସପାଇଁ ଶିଳାନ୍ୟାସ କରିଥିଲେ । କିନ୍ତୁ ଅଦ୍ୟାବଧି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ, ଅର୍ଥ ମଞ୍ଜୁର ହୋଇପାରି ନାହିଁ । ନିମାପଡା ଅଞ୍ଚଳ ର ବ୍ୟବସାୟୀ ମାନେ ପରିବା ମାର୍କେଟ ଠାରେ ଖରା, ବର୍ଷା, ଶୀତ କାକର ରେ ଖୋଲା ଆକାଶ ତଳେ ଅତି ଦହନୀୟ ଅବସ୍ଥାରେ ବ୍ୟବସାୟ କରି ଆସୁଛନ୍ତି । ମୁଖ୍ୟ ରାସ୍ତା ର ଦୁଇ ପାଶ୍ଵ ରେ ବ୍ୟବସାୟୀ ମାନେ ବିପଦ ଜନକ ଭାବେ ବସି ପରିବାପତ୍ର ବିକ୍ରୀ କରୁଥିବା ଦେଖାଯାଉଛି। ଫଳରେ ବିଭିନ୍ନ ସମୟ ରେ ଏଠାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି । ରାଜ୍ୟ ନଗର ଉନ୍ନୟନ ବିଭାଗ ଉଚ୍ଚ କତ୍ତୁର୍ପକ୍ଷ ଓ ପୁରୀ ଜିଲ୍ଲାପାଳ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଏଠାରେ ମାର୍କେଟ କମ୍ପ୍ଲେକ୍ସ ଟିଏ ନିର୍ମାଣ କରିବାକୁ ଶତାଧିକ ବ୍ୟବସାୟୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ