ଭିନ୍ନଏକ ବୈତରଣୀ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ବନ୍ୟ ଦିବସ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ) :ଭିନ୍ନଏକ ବୈତରଣୀ ଟ୍ରଷ୍ଟ ପକ୍ଷରୁ ହାଟଡିହି ବ୍ଲକ ମୁଗୁପୁର ହାଇସ୍କୁଲ ଠାରେ ବିଶ୍ୱ ବନ୍ୟ ଦିବସ ପାଳିତ ହୋଇଯାଇଛି । ଅନିଲ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବନଖଣ୍ଡ ତତ୍ୱାବଧାରକ ପ୍ରଫୁଲ କୁମାର ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ପରିବେଶବିତ ତଥା ଶିକ୍ଷାବିତ ବୈଲୋଚନ ସୁତାର, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁବାସ ମହାପାତ୍ର, କିଶୋର ଆଚାର୍ଯ୍ୟ, ଗୋପାଳକୃଷ୍ଣ ରାଉତ, ମୁଗୁପୁର ସମାଚାରର ସୁକାନ୍ତ ରାଉତ, ଫରେଷ୍ଟର ଦିବାକର ମୁଣ୍ଡା, ପଞ୍ଚୁଗୋଛିଆ ପଞ୍ଚାୟତର ସରପଞ୍ଚ ଦିନେଶ କୁମାର ସେଠୀ, ସମାଜସେବୀ ସୁକାନ୍ତ କିଶୋର ରାଉତ, ମୁଗୁପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ସେଣ୍ଢ ପ୍ରମୁଖ ଯୋଗଦେଇ ବିଶ୍ୱ ବନ୍ୟଦିବସର ମହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ପରିବେଶ ସୁରକ୍ଷା ଜୀବନ ରକ୍ଷା ଉପରେ ବକ୍ତବ୍ୟ ଦେଇଥିଲେ । ବିଶ୍ୱବନ୍ୟ ଦିବସ ଗୋଟିଏ ଦିନରେ ପାଳନ କରିଦେଲେ ଚଳିବ ନାହିଁଁ ଏଥିଲାଗି ସମସ୍ତେ ଯତ୍ନବାନ ହୋଇ ଜଂଂଗଲ ସୁରକ୍ଷା ସହିତ ବୃକ୍ଷ ରୋପଣକୁ ଗୁରୁତ୍ୱ ଦେବାଲାଗି ଅତିଥିମାନେ ଆହ୍ୱାନ ଦେଇଥିଲେ । ସହକାରୀ ଶିକ୍ଷୟତ୍ରୀ ଶଶୀରେଖା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସୁମନ୍ତ କୁମାର ଦାସ, ଦିପ୍ତିମୟୀ ସେଠୀ, ସନ୍ତୋଷିନି ପତି, ଜନ୍ମେଜୟ ବେହେରା, ଅଭିନ୍ନ କୁମାର ରଣା, ଅଭିମନ୍ୟୁ ବିଶ୍ୱାଳ, ଶରତ ଚନ୍ଦ୍ର ଜେନା, କେଶବ ଚନ୍ଦ୍ର ପଣ୍ଡା, ପଙ୍କଜ କୁମାର ସାହୁଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ