ଭିନ୍ନକ୍ଷମଙ୍କୁ କୁତ୍ରିମଅଙ୍ଗ ପ୍ରତିରୋପଣ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂଖୋର୍ଦ୍ଧା ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର୍ ପକ୍ଷରୁ ମିଳିତ ଉଦ୍ୟମରେ ସାନଖେମୁଣ୍ଡି ବ୍ଲକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ସୌଜନ୍ୟ ରେ ବ୍ଲକ ପରିସର ମଧ୍ୟରେ ଭିନ୍ନକ୍ଷମ ମାନଙ୍କୁ ନେଇ ଏକ କୁତ୍ରିମଅଙ୍ଗ ପ୍ରତିରୋପଣ ଶିବିର ଅନୁଷ୍ଠିତ ହୋଇଥିଲା। ଦିବ୍ୟଙ୍ଗ ମାନେ ପୂର୍ବରୁ ଆବେଦନ କରିଥିଲେ।ଯାହାଫଳରେ ଉକ୍ତ ସଂସ୍ଥା ଭିନ୍ନକ୍ଷମ ଙ୍କ ଉପସ୍ଥିତିରେ ମାପ ଅନୁସାରେ ତୟାର କରି ସାନଖେମୁଣ୍ଡି ର ୪ଜଣ,ଅସ୍କାର ୧ ଜଣ ଏବଂ ଦିଗପହଣ୍ଡି ବ୍ଲକର ୫ ଜଣଙ୍କୁ କୁତ୍ରିମଅଙ୍ଗ ପ୍ରତିରୋପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରମାକାନ୍ତ ମାଝୀ ପିଇଓ ରାମପ୍ରସାଦ ପୃଷ୍ଟି ରାଜେନ୍ଦ୍ର ପରିଚ୍ଛା ଏବଂ ଜୟପୁର ଫୁଟ ଅନ ହ୍ୱିଲସର୍ ୫ ଜଣ ବୈଷୟିକ ଜ୍ଞାନ କୌଶଳ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ