ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ ପ୍ରଦାନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ତିନିଜଣ ଭିନ୍ନକ୍ଷମଙ୍କୁ ଟ୍ରାଇସାକେଲ ପ୍ରଦାନ କରାଯାଇଛି । କୁରିଗାଁ ପଞ୍ଚାୟତର ଶାରିରୀକ ଭିନ୍ନକ୍ଷମ ପ୍ରଦୀପ ଜେନା, ନିର୍ଗୁଣ୍ଡି ପଞ୍ଚାୟତର ମସ୍ତିଷ୍କ ପକ୍ଷାଘାତ ଲିପ୍ସିତା ମହାପାତ୍ର ଓ ଦକ୍ଷିଣବାଡ ଗ୍ରାମ ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା । ଏଥିରେ ବିଡିଓ ବିଜୟ କୁମାର ସାହୁଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିିନିଧି ଗୋଲକ ଚନ୍ଦ୍ର ବେହେରା, ସାମାଜିକ ସୁରକ୍ଷା ବିଭାଗ ଭାରପ୍ରାପ୍ତ ଅଧିକାରୀ ରବିନାରାୟଣ ପାତ୍ର, ପ୍ରୋଗ୍ରାମ ଆସିଷ୍ଟାଣ୍ଡ ସୁଧାଂଶୁ ପାଢୀ ଏଥିରେ ଉପସ୍ଥିତ ରହି ଟ୍ରାଇସାଇକେଲ ପ୍ରଦାନ କରିଥିଲେ ।