ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ ପ୍ରଦାନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟଳୟ ମଧ୍ୟରେ ଜଣେ ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି । ସାନଶାସନ ପଞ୍ଚାୟତର ଭିନ୍ନକ୍ଷମ କୃପାସିନ୍ଧୁ ପଣ୍ଡାଙ୍କୁ ବିଡିଓ ବିଜୟ କୁମାର ସାହୁ ଟ୍ରାଇସାଇକେଲ ପ୍ରଦାନ କରିଥିଲେ । ପୂର୍ବରୁ ଦିଆଯାଇଥିବା ସାଇକେଲଟି ପୁରୁଣା ହୋଇଯିବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ନୂତନ ଯାନଟିକୁ ପ୍ରଦାନ କରାଯାଇଥିବା ଜଣାଯାଇଛି । ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ରବିନାରାୟଣ ପାତ୍ର, ଆସିଷ୍ଟାଣ୍ଡ ସୁଧାଂଶୁ ପାଢୀ, ବରିଷ୍ଠ ନାଗରିକ ବ୍ରଜ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।