ଭିନ୍ନକ୍ଷମଙ୍କୁ ମିଳୁନି ପକ୍କା ଘର
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ବ୍ଲକ ଓଲଙ୍ଗ ଗ୍ରାମର ଭିନ୍ନକ୍ଷମ ମଧୁସୂଦନ ପଣ୍ଡା(୪୦)ଙ୍କୁ ପକ୍କା ଘର ମିଳୁନଥିବା ଅଭିଯୋଗ ହୋଇଛି । ସେ ଦୀର୍ଘ ଦିନ ହେବ ଘର ଖଣ୍ଡିଏ ପାଇଁ ବ୍ଲକ, ଜିଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ ଗୁହାରୀ କରିଛନ୍ତି । ହେଲେ ତାଙ୍କ ଅଭିଯୋଗ କେହି ଶୁଣୁ ନାହାନ୍ତି । ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ଦୁଇ ଜଣ ଚଳିବା କଷ୍ଟକର ହୋଇପଡିଛି । ନାମକୁ ମାତ୍ର ରାସନ ଚାଉଳ ଓ ଭିନ୍ନକ୍ଷମ ଭତ୍ତା ପାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅଭିଯୋଗ ପରେ ତୁରନ୍ତ ତଦାରଖ କରି ଭିନ୍ନକ୍ଷମ ମଧୁସୂଦନଙ୍କୁ ଘର ଯୋଗାଇ ଦେବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାଯାଇଛି । ଥିଲା ବାଲା ପକ୍କା ଘର ପାଉଥିବା ବେଳେ ଚାଳ ଛପର ଘରେ ରହୁଥିବା ମଧୁସୂଦନ ପ୍ରତି ପ୍ରଶାସନ ଏତେ ନିଷ୍ଠୁର କାହିଁକି ବୋଲି ସେ ଅଭିଯୋଗ କରିଛନ୍ତି ।