ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ପ୍ରଦାନ
ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ଶୁକ୍ରବାର ବନ୍ତ ବ୍ଲକ ଓଡଙ୍ଗ ଗ୍ରାମର ପ୍ରକାଶ କୁମାର ଜେନାଙ୍କ ପୁତ୍ର ରୁଦ୍ର ପ୍ରତାପ ଜେନାଙ୍କୁ ବନ୍ତ ପଞ୍ଚାୟତ ସମିତି ପକ୍ଷରୁ ହୁଇଲ ଚେୟାର ପ୍ରଦାନ କରାଯାଇଛି । ବିଡିଓ ରେବେକା ବିଲୁଙ୍ଗ ସଂପୃକ୍ତ ଭିନ୍ନକ୍ଷମ ବାଳକଙ୍କୁ ଏହି ହୁଇଲ ଚେୟାର ପ୍ରଦାନ କରିଥିବା ବେଳେ ସାମାଜିକ ସୁରକ୍ଷା ବିଭାଗର ଅଧିକାରୀ ନିଶାକର ଖୁଣ୍ଟିଆ ଉପସ୍ଥିତ ଥିଲେ ।