ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ବଣ୍ଟନ
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତର ଭିନ୍ନକ୍ଷମ ଲୋକମାନଙ୍କୁ ବ୍ଲକ ପକ୍ଷରୁ ହୁଇଲ ଚେୟାର ପ୍ରଦାନ କରାଯାଇଛି । ବିଡିଓ ସୁଶ୍ରୀ ବିନିତା ବିଜୟିନୀ ଆମ୍ବୋ ପଞ୍ଚାୟତର କରଗୋଳା ଗ୍ରାମର ଉଦୟନାଥ ମହାରଣା, ହାବଳେଶ୍ୱର ପଞ୍ଚାୟତ ଡିମିରିଆ ଗ୍ରାମର ଗଗନ ବସନ୍ତିଆ, ପଢ଼ିଆରିପଲ୍ଲୀ ପଞ୍ଚାୟତ ଜଡାବାଙ୍ଗ ଗ୍ରାମର ସୁକାନ୍ତି ନାଇକଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ । ଗତ ସାଧାରଣ ନିର୍ବାଚନ ସମୟରେ ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ରକୁ ଭିନ୍ନକ୍ଷମ ମାନେ ସହଜରେ କେନ୍ଦ୍ରକୁ ଯାଇ ନିଜ ନିଜର ମତଦାନ କରିବାକୁ ଯୋଗାଇ ଦିଆଯାଇଥିବା ହୁଇଲ ଚେୟାର ଗୁଡିକୁ ପଞ୍ଚାୟତ ଗୁଡିକରୁ ଫେରାଇ ଅଣାଯାଇ କାର୍ଯ୍ୟାଳୟରେ ଗଚ୍ଛିତ ରଖାଯାଇଛି । ଏଗୁଡିକ ଯେପରି ନଷ୍ଟ ନହୋଇ ପ୍ରକୃତ ହିତାଧିକାରୀଙ୍କ କାମରେ ଲାଗିପାରିବ ସେନେଇ ବ୍ଲକ ପକ୍ଷରୁ ସୁବ୍ୟବସ୍ଥା କରାଯାଇ ବିଭିନ୍ନ ପଞ୍ଚାୟତର ଭିନ୍ନକ୍ଷମ ମାନଙ୍କୁ ଯୋଗାଇ ଦିଆଯାଉଥିବା ବ୍ଲକ କର୍ମଚାରୀ ଅବିନାଶ ପତି କହିଛନ୍ତି ।