ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ପ୍ରଦାନ
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ତିନିଜଣ ହିତାଧିକାରୀଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଛି । କିଛି ଭିନ୍ନକ୍ଷମ ହିତାଧିକାରୀ ହୁଇଲ ଚେୟାର ପାଇ ନଥିବାରୁ ଯାତାୟତ କ୍ଷେତ୍ରରେ ନାନା ଅସୁବିଧା ଭୋଗ କରୁଛନ୍ତି । ଆଜି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ୱାତୀ ସିଂ, ମୁଖ୍ୟ କିରାଣୀ ଶ୍ରବଣକୁମାର ପରିଡା, ବିଭାଗୀୟ କିରାଣି ଏସ. ପ୍ରତିକ ଆନନ୍ଦଙ୍କ ଉପସ୍ଥିତିରେ ସଢ଼ା ଗ୍ରାମର ଜ୍ୟୋତିପ୍ରକାଶ ସେଠୀ, ଡଅଁର ଗ୍ରାମର ଧର୍ମେନ୍ଦ୍ର ବେହେରା, ଅଁରା ଗ୍ରାମର ମଧୁମୁଣ୍ଡା ପ୍ରମୁଖଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ଏହି ହୁଇଲ ଚେୟାର ପାଇବାପରେ ଭିନ୍ନକ୍ଷମ ହିତାଧିକାରୀମାନେ ଖୁସି ବ୍ୟକ୍ତ କରିବା ସହିତ ତାଙ୍କର ଯିବାଆସିବା କରିବାରେ ହେଉଥିବା କଷ୍ଟ କିଛି ମାତ୍ରାରେ ଦୁର ହୋଇପାରିବ ବୋଲି କହିଥିଲେ ।