ଭିନ୍ନକ୍ଷମ ଅନୁଷ୍ଠିତ ନିୟତି ଆନୁକୁଲ୍ୟରେ ୭୩ତମ ଜନରାଜ୍ୟ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ରାଣିପେଣ୍ଠସ୍ଥିତ ଭିନ୍ନକ୍ଷମ ଅନୁଷ୍ଠିତ ନିୟତି ଆନୁକୁଲ୍ୟରେ ୭୩ତମ ଜନରାଜ୍ୟ ଦିବସ ପାଳିତ ହୋଇସାରିଛି । ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ସେବାନିବୃତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାଣିଗ୍ରାହୀ ଯୋଗଦାନ କରି ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ ଏବଂ ଉଜ୍ଜ୍ଜୀବିତ କରିବାପାଇଁ ଆମ ପରିବାରରେ ଥିବା ଭିନ୍ନକ୍ଷମମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷାର ବିକାଶ ଏବଂ ସେମାନଙ୍କର ଥଇଥାନ ର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ, ଅନୁଷ୍ଠାନର ସମ୍ପାଦକ ତଥା ପ୍ରତିଷ୍ଠାତା ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗ ଦେଇଥିବାବେଳେ ସ୍ନେହଲତା ପାଣିଗ୍ରାହୀ, ଶାଶ୍ଵତୀ ବେବର୍ତ୍ତା, ପ୍ରତିମା ନାୟକ, ସୁନିତ୍ ଗମାଙ୍ଗ, ସୁନିଲ ଗମାଙ୍ଗ, ଜୟାମ୍ମା, ପୂଣ୍ଣଣ୍ଣୈବାସୀ ନାୟକ, ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ