ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ପ୍ରଦାନ
ଉଦଳା, (ରାଜୀବ ବେହେରା): ଉଦଳା ବ୍ଲକ ପରିସରରେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସହାୟତା ଏବଂ ସହାୟକ ଉପକରଣ ପ୍ରଦାନ ମେଳା ହେlଇଛି ଅନୁଷ୍ଠିତ l ଉଦଳା ବ୍ଲକ ପ୍ରଶାସନ ତରଫରୁ ବିଦ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ସ୍କୁଲ ମାନଙ୍କରେ ଥିବା ଦିବ୍ୟାଙ୍କ ମାନଙ୍କୁ ପ୍ରଶାସନ ଦ୍ୱାରା ପୂର୍ବରୁ ଏକ ଚି଼ହ୍ନଟ ପ୍ରକ୍ରିୟା ଅନୁଷ୍ଠିତ ହୋଇ ଥିଲା, ତେବେ ଆଜି ଚି଼ହ୍ନଟ ହୋଇ ଥିବା ଦିବ୍ୟାଙ୍କ, ଭିନ୍ନକ୍ଷମ, ଭିନ୍ନକ୍ଷମ ସ୍କୁଲ ଛାତ୍ର ଛାତ୍ରୀ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ସରକାର ଙ୍କ ତରଫରୁ ବ୍ଲକ ପ୍ର୍ରଶାସନ ଦ୍ୱାରା ସେମାନଙ୍କୁ ବିଭିନ୍ନ ପ୍ରକାର ର ଯନ୍ତ୍ରାଂସ ସହାୟତା ସହିତ ସାଇକେଲ ପ୍ରଦାନ କରାଯାଇଛି l ଏହି ମଞ୍ଚରେ ବିଭିନ୍ନ ନିମନ୍ତ୍ରିତ ଅତିଥି ଏବଂ ମୁଖ୍ୟ ଅତିଥି ଙ୍କ ଗହଣରେ ଉଦଳା ବ୍ଲକ ବିଭିନ୍ନ ପଞ୍ଚାୟତ,ଏନଏସିର ବିଭିନ୍ନ ୱାର୍ଡ ତଥା ଦିବ୍ୟାଙ୍ଗ ସ୍କୁଲ ରେ ଥିବା ଭିନ୍ନକ୍ଷମ ଛାତ୍ର ଛାତ୍ରୀ, ବରିଷ୍ଠନାଗରିକ ମlନେ ଉପସ୍ଥିତ ହୋଇ ଛନ୍ତି l ଏହି ମଞ୍ଚରେ ବିଭିନ୍ନ ପ୍ରକାର ର ସହାୟତା ଏବଂ ଦିବ୍ୟାଙ୍ଗ ମାନଙ୍କୁ ସହାୟକ ହେବlଭଳି ସରଞ୍ଜାମ ମୁଖ୍ୟ ଅତିଥିଙ୍କ ଗହଣରେ ଶୁଭାରମ୍ଭ ହୋଇ , ଅନ୍ୟ ମାନଙ୍କୁ ମଧ୍ୟ ପ୍ରଦାନ କରାଯାଇ ଥିଲା l ଉଦଳା ବ୍ଲକ ପରିସରରେ ଦିବ୍ୟାଙ୍ଗ ମାନଙ୍କ ଭିଡ ଦେଖିବାକୁ ମିଳିଛି l ସମସ୍ତେ ନିଜ ନିଜକୁ ସୁହାଇଲା ଭଳି ସରଞ୍ଜାମ ନେଇ ଛନ୍ତି l ସୂଚନା ଅନୁସାରେ ଚି଼ହ୍ନଟ ହୋଇଥିବା ସମୁଦାୟ ୧୯୪ ଙ୍କ ମଧ୍ୟରୁ ୧୫୧ ଜଣଙ୍କୁ ସାଇକେଲ, ଆଶାବାଡି, ବ୍ୟାଟେରୀ ଚାଳିତ ଗାଡ଼ି, ଚଷମା, ବେଲ୍ଟ, ଟ୍ରାଇ ସାଇକେଲ, ଶ୍ରବଣ ଡିଭାଇସ ପରି ଆହୁରି ଅନେକ ଜିନିଷ ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ପ୍ରଦାନ କରାଯାଇଛି l
ସତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଦଳାର ବିଧାୟକ ଭାସ୍କର ମଢ଼େଇ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଅନ୍ୟାନ୍ୟ ଅତିଥି ଭାବେ ଉଦଳା ଏନ୍.ଏ.ସି. ଅଧକ୍ଷା ପ୍ରମିଳା ପଣ୍ଡା, ଉଦଳା ବ୍ଳକ୍ ଅଧକ୍ଷା ମଞ୍ଜୁଲତା ବିଶ୍ଵାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉଦଳା ସମରଜିତ୍ କର, ହୁଡ୍କୋ ସିନିୟର ମେନେଜର ଦୟାନିଧ ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ଉଦଳା ଏନ୍.ଏ.ସି. ପ୍ରିୟ ରଂଜନ ଜେନା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମୁରଲୀଧର ଚନ୍ଦ, ଆଲିସ୍କୋ ଜୁନିୟର ମେନେଜର ସ୍ମୃତି ରଂଜନ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧୁକାରୀ, ଭିନ୍ନକ୍ଷମ ମଞ୍ଚର ସଭାପତି ଓ ସମ୍ପାଦକ ତଥା ଗଣମାଧ୍ୟମ ପ୍ରତିନିଧ ପ୍ରମୁଖ ଉପସ୍ଥିତ ଥିଲେ । ମଞ୍ଚର ସମସ୍ତ କାର୍ଯ୍ୟକ୍ରମକୁ ପି.ଇ.ଓ. ବୃନ୍ଦାବନ ବେହେରା ପରିଚଳନା କରିଥିବାବେଳେ, ଉଦଳା ବ୍ଳକର ଏ.ବି.ଡ଼ି.ଓ. ଶରତ ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତୀକ୍ଷା ପୁହାଣ, ଯୋଗାଣ ନିରୀକ୍ଷକ ସୌମ୍ୟାଶ୍ରୀ ରାଉତ, ବି.ଏସ୍.ଏସ୍.ଓ ଭାଗ୍ୟଶ୍ରୀ ନାୟକ. ଏନ୍.ଏ.ସି.ର ସୌଦାମିନୀ ମହାପାତ୍ର ତଥା ବ୍ଲକ୍ ଓ ଏନ୍.ଏ.ସି.ର ଅନ୍ୟାନ୍ୟ କର୍ମୟରୀ ସକ୍ରିୟ ସହଯୋଗ କରିଥିଲେ ।
ଏହି ଅବସରରେ ୧୮ ଟି ବ୍ୟାଟେରୀ ସ୍ଖଳିତ ତିନିଚକିଆ ସାଇକେଲ, ୪୦ ଟି ତିନି ଚକିଆ ସାଇକେଲ, ୫୪ ଟି ଶ୍ରବଣ ଯନ୍ତ୍ର, ୨୯ ଟି ହ୍ୟୁଇଲ ଚେୟାର, ୯୬ ଟି କହୁଣୀ ଆଶାବାଡ଼ି, ୯ ଟି ଟି.ଏଲ୍.ଏମ୍. କିଟ୍, ୨୦ ଟି ନି ବ୍ରେସ୍, ୧୧ ଟି ଲ ସାକ୍ରେଲ ବେଲ୍ଟ, ଗୋଟିଏ ସ୍ପାଇନାଲ କୋଡ୍ ସପୋର୍ଟ ବେଲ୍ଟ, ୮୬ ଟି ଆଶା ବାଡ଼ି, ୮ ଗୋଟି ଫୋଲଡ଼େବୁଲ ଓ୍ବାକର, ୪ ଗୋଟି ରୋଲାଟର, ୧୮ ଗୋଟି ୱାକିଂ ଷ୍ଟିକ୍ ଓ ଅନ୍ୟାନ୍ୟ ଉପକରଣ ପ୍ରଦାନ କରାଯାଇଥିବାର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।