ଭିନ୍ନକ୍ଷମ କ୍ରୀଡା ପ୍ରତିଯୋଗିତା ଶୁଭାରମ୍ଭ କଲେ ଜିଲ୍ଲାପାଳ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ସ୍ଥାନୀୟ ଷ୍ଟାଡିୟମ ପରିସରରେ ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ କ୍ରୀଡା ପ୍ରତିଯୋଗିତା-୨୦୧୯ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଦୁଇଟି ଧଳା ପାରା ମଧ୍ୟ ଉଡାଇଥିଲେ । ଭିନ୍ନକ୍ଷମ କ୍ରିଡା ବିତ୍ ମାନଙ୍କୁ ଉତ୍ସାହିତ କରିବା ସହ ତାଙ୍କର ମନୋବଳ ବଢାଇଥିଲେ । ଏହି ଉଦଘାଟନୀ ଉତ୍ସବରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲପାଳ ପ୍ରିୟ ରଂଜନ ପୃଷ୍ଟି, ଜିଲ୍ଲା ଶିକ୍ଷା ଅଧିକାରୀ ଡଃ.ସନାତନ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା, ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପଣ୍ଡା, ଭଂଜନଗର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ବେହେରା, ବ୍ରହ୍ମପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ, ଗଂଜାମ ଜିଲ୍ଲା ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ସଂଘ ସଂପାଦକ କେ.ଆନନ୍ଦ ରାଓ, ଛତ୍ରପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକଙ୍କ ସମେତ ବହୁ ଅଧିକାରୀ ମାନେ ଉପସ୍ଥିତ ରହି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ୫୦୦ରୁଉର୍ଦ୍ଧ୍ୱ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନେ ସଟ୍ ବଲ, ମ୍ୟୁଜିକାଲ ଚ୍ୟାୟର, ହ୍ୱୁଇଲ୍ ଚ୍ୟାୟର, ୧୦୦ମିଟର ଦୈାଡ ସମେତ ବର୍ଗର ପ୍ରତିଯୋଗିାତରେ ଅଂଶ ଗ୍ରହଣ କରିଥିଲେ । ୬ରୁ ୧୨ ବର୍ଷରେ ଜୁନିୟର ଏବଂ ୧୩ ରୁ ୧୮ବର୍ଷରେ ସିନିୟର ବର୍ଗର କ୍ରିଡାବିତ୍ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲ।। ଏଥିରେ କୃତିତ୍ୱ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉଦଯାପନୀ ଉତ୍ସବରେ ଅତିଥୀ ଭାବେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ଟ୍ରଫିସହ ସାଟିଫିକେଟ୍ ପ୍ରଦାନ କରିଥିଲେ । ନଭେମ୍ବର ୨୯ତାରିଖ ଦିନ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲାସ୍ତରୀୟ କୃତିତ୍ୱ ହାସଲ କରିଥିବା କ୍ରୀଡା ବିତ୍ ମାନେ ଅଂଶ ଗ୍ରହଣ କରିବେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାସାମାଜିକ ସୁରକ୍ଷା କାର୍ଯ୍ୟାଳୟର ପ୍ରଶାନ୍ତ ପଣ୍ଡା, ସୁଧାଂଶୁ ଶେଖର ତ୍ରିପାଠୀଙ୍କ ସମେତ ସମସ୍ତ ଅଧିକାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।