ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଭୁଲିଗଲେ ସରକାର

ଭୁବନେଶ୍ଵର, (ଓ୍ବାଇଏନ୍ଏସ୍): +୨ ଦ୍ଵିତୀୟ ବର୍ଷ (୨୦୨୧ ରେ ପରୀକ୍ଷା ଦେବାକୁଥିବା) ଛାତ୍ରଛାତ୍ରୀଙ୍କୁ ୦୭.୦୯.୨୦୨୦ ରିଖ ଠାରୁ ଦୂରଦର୍ଶନ (ଡ଼ିଡ଼ି-ଓଡିଆ) ଚ୍ୟାନେଲରେ ଶିକ୍ଷା ଦିଆଯିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତରଫରୁ ପଦକ୍ଷେପ ନିଆଯାଇଛି । ଏପରି ପଦକ୍ଷେପ କୁ ସତ୍ୟଭାମା ଦେବୀ ୱେଲଫେୟର ଟ୍ରଷ୍ଟ ତରଫରୁ ସ୍ଵାଗତ କରାଯାଇଥିବା ବେଳେ ଏହି ମାଧ୍ୟମରେ +୨ ଦ୍ଵିତୀୟ ବର୍ଷର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗକୁ ଅନୁରୋଧ କରାଯାଇଛି ।
ଉଲ୍ଲେଖନୀୟ ଯେ ସରକାର ଦୂରଦର୍ଶନ ମାଧ୍ୟମରେ ଶିକ୍ଷାପ୍ରଦାନ କରିବାକୁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା କେବଳ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ । ସରକାର ଏପରି ନିଷ୍ପତି ନେଲାବେଳେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ବିଷୟରେ ଚିନ୍ତା କରିନାହାନ୍ତି । ଏହାଦ୍ୱାରା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଦୂରଦର୍ଶନ ମାଧ୍ୟମରେ ଶିକ୍ଷା ପାଇବାକୁ ବଞ୍ଚିତ ହେବେ । ଏଣୁ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଦୂରଦର୍ଶନ ମାଧ୍ୟମରେ ସେମାନଙ୍କର ଶିକ୍ଷକ / ଶିକ୍ଷୟତ୍ରୀ ଙ୍କ ଜରିଆରେ ଶିକ୍ଷା ପ୍ରଦାନନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଉପରୋକ୍ତ କତ୍ତୃପକ୍ଷ ମାନଙ୍କୁ ଟ୍ରଷ୍ଟ ର ମ୍ୟାନେଜିଙ୍ଗ ଟ୍ରଷ୍ଟି ସୁଶ୍ରୀ ନିରୋଜାଲକ୍ଷ୍ମୀ ମହାପାତ୍ର ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ