ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଭୌତିକ ଚିକିତ୍ସା ତାଲିମ ଶିବିର

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକର ୪୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ବୃନ୍ଦଙ୍କୁ ନେଇ ସେପ୍ଟେମ୍ବର ୨୮ ତାରିଖ ଦିନ ବୁଗୁଡା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭୌତିକ ଚିକିତ୍ସା ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଉଦଘାଟନ କରିଥିଲେ। ବୁଗୁଡା ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ସୋନାଲିନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ତାଲିମ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଶ୍ରାବଣ ବାଧିତ ୨୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ବାକଶକ୍ତି ବୃଦ୍ଧି ପାଇଁ ଭୌତିକ ଚିକିତ୍ସା ପାଇଁ ଜଗନ୍ନାଥପ୍ରସାଦ ବି.ଆର.ଟି. ରବୀନ୍ଦ୍ର କୁମାର ପରିଡା ଓ ଲକ୍ଷ୍ମୀପ୍ରିୟା ସାହୁ, ଏବଂ ବୁଗୁଡା ବି.ଆର.ଟି. ସୁଶାନ୍ତ କୁମାର ଡାକୁଆ ସାଧନ କର୍ମୀ ଭାବେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ସେହିପରି ମସ୍ତିଷ୍କ ପକ୍ଷଘାତ ଓ ଚଳନ ବାଧିତ ୨୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ଭୌତିକ ଚିକିତ୍ସା ପାଇଁ ଭଞ୍ଜନଗର ବି.ଆର.ଟି. ଅନିଲ କୁମାର ମୁଦୁଲି ଓ ବେଲଗୁଣ୍ଠା ବି.ଆର.ଟି. ଚନ୍ଦ୍ରକାନ୍ତ ସୁନ୍ଦର ସାଧନ କର୍ମୀ ଭାବେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ସରକାରଙ୍କ ପକ୍ଷରୁ ଏହି ଭୌତିକ ଚିକିତ୍ସା ତାଲିମ ଦ୍ୱାରା ଭିନ୍ନକ୍ଷମ ଛାତ୍ରଛାତ୍ରୀ ବୃନ୍ଦ ଉପକୃତ ହୋଇପାରିବେ ବୋଲି ଆଶା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ