ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମଧ୍ୟହ୍ନେ ଭୋଜନ
ବାଲେଶ୍ୱର, (ସରୋଜ ପଣ୍ଡା):ମିଶନପଡ଼ିଆ ସ୍ଥିତ ଭିନ୍ନକ୍ଷମ କଲ୍ୟାଣ ପ୍ରତିଷ୍ଠାନର ଶତାଧିକ ଅନ୍ତେବାସୀଙ୍କୁ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଦ୍ୱାରା ସଦସ୍ୟ କୈଳାସ ଚନ୍ଦ୍ର ପରିଡ଼ାଙ୍କ ସହାୟତା ରାଶିରେ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଛି । ଶୁକ୍ରବାର ମଧ୍ୟାହ୍ନରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଆନନ୍ଦ ସହକାରେ ଭୋଜନରେ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କ ସହିତ ଭୋଜନ ବେଳେ ସଂଘର ସଭାପତି ଇଂ. ବନମାଳୀ ନାୟକ, କାର୍ଯ୍ୟକାରୀ ସଭାପତି ଗୌରାଙ୍ଗ ସାହୁ, ସମ୍ପାଦକ ବସନ୍ତ ନାୟକ, ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ, ଦାତା କୈଳାସ ଚନ୍ଦ୍ର ପରିଡ଼ା, ସଭ୍ୟ ଭବେଶ ଚନ୍ଦ୍ର ପଣ୍ଡା ଓ ଶେଖ ଆଲ୍ଲାଉଦ୍ଦିନ୍ ଉପସ୍ଥିତ ରହିଥିଲେ । ସେହି ପ୍ରତଷ୍ଠାନର କାର୍ଯ୍ୟ ପରିଚାଳକ ଅଜୟ କୁମାର ଶତପଥୀ, ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଜେନା, ଦେବୀ ଗାୟତ୍ରୀ ରାଉତ, ସୁଜାତା ପଟ୍ଟନାୟକ, ଗାୟତ୍ରୀ ବାରିକ, କ୍ଷଣପ୍ରଭା ମହାନ୍ତି, ରଶ୍ମିତାବାଳା ପରିଡ଼ା, ରଶ୍ମିତା ପ୍ରଧାନଙ୍କ ସହିତ ଅଚ୍ୟୁତାନନ୍ଦ ଦାସ ଓ ମନୋଜ ପାଲ ସହଯୋଗ କରିଥିଲେ ।