ଭିନ୍ନକ୍ଷମ ପିଲାଙ୍କ ଦକ୍ଷତାବୃଦ୍ଧି ସମ୍ପର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ସମଗ୍ର ଶିକ୍ଷା କେନ୍ଦୁଝର ତରଫରୁ ପଞ୍ଚାୟତ ହାଇସ୍କୁଲ ମରୈଗାଁ ଠାରେ ଭିନ୍ନକ୍ଷମ ପିଲାଙ୍କ ନିମନ୍ତେ ତ୍ରୀଦିବସୀୟ ଦକ୍ଷତାବୃଦ୍ଧି ସମ୍ପର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମରୈଗାଁ ପଞ୍ଚାୟତ ହାଇସ୍କୁର ପ୍ରଧାନ ଶିକ୍ଷୟତ୍ରୀ ମମତା ପାତ୍ର ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ, ଏବିଇଓ ତଥା ବି.ଆର.ସି. ବିନୋଦ କୁମାର ରାଉତ, ଏବିଇଓ ସୁରଥ କୁମାର ସାହୁ, ସମଗ୍ର ଶିକ୍ଷା କେନ୍ଦୁଝରର ଯୋଜନା ସଂଯୋଜକ ଅପର୍ଣ୍ଣା ତ୍ରିପାଠୀ, ଶୈକ୍ଷିକ ସଂଯୋଜକ ମାନସ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଦର୍ଶନ କରି ଭିନ୍ନକ୍ଷମ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ପିଲାମାନଙ୍କୁ ଚିତ୍ର ଆଙ୍କିବା, ରଙ୍ଗଦେବା, ଯୋଗଶିକ୍ଷା, ବର୍ଯ୍ୟବସ୍ତୁର ଘର ସଜା ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ରର ପ୍ରସ୍ତୁତି, ନାଚ, ଗୀତ ଆଦି ପ୍ରଶିକ୍ଷଣ ଦିଆଯାଇଥିଲା । ନିରାକାର ଜେନା, ବୃନ୍ଦାବନ ବେହେରା, ପ୍ରତିଭା ଖୁଣ୍ଟିଆ, ଅମିୟ କୁମାର ଘଡେଇ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ଭିନ୍ନକ୍ଷମ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ୨୦ଜଣ ପିଲା ଓ ସେମାନଙ୍କ ଅଭିଭାବକମାନେ ଯୋଗଦେଇଥିଲେ । ବି.ଆର.ଟି ବିଶ୍ୱଭୁଷଣ ରାଉଳ, ବିଘ୍ନରାଜ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


