ଭିନ୍ନକ୍ଷମ ପିଲାଙ୍କ ମେଳରେ ଦେବାଶିଷଙ୍କ ତୃତୀୟ ସ୍ମୃତିସଭା
ବାଲେଶ୍ୱର, (ସରୋଜ ପଣ୍ଡା):ଦିବଂଗତ ଦେବାଶିଷ ସେଠୀଙ୍କ ତୃତୀୟ ବାର୍ଷିକ ସ୍ମୃତି କାର୍ଯ୍ୟକ୍ରମ ସ୍ଥାନୀୟ ‘ପ୍ରୟାସ ବ୍ଲାଇଣ୍ଡ ସ୍କୁଲ’ରେ ପାଳିତ ହୋଇଯାଇଛି । ଦେବାଶିଷ ସ୍ମୃତି କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱର୍ଗତ ସେଠୀଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ସାମୂହିକ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ମୃତି କମିଟି ଅଧ୍ୟକ୍ଷା ତଥା ସ୍ୱର୍ଗତ ସେଠୀଙ୍କ ଧର୍ମପତ୍ନୀ ମିନତୀ ସେଠୀ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଗହଣରେ ସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକ ପାଳନ କରି ସେ ମାନସିକ ସ୍ତରରେ ବେଶ ଶାନ୍ତି ପାଉଛନ୍ତି ବୋଲି କହିଛନ୍ତିି । ଏହି ଅବସର ପ୍ରୟାସ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ କମିଟିର ସଦସ୍ୟା ଲଳିତା ତାଲଦି, ନିଶାମଣି ପ୍ରଧାନ, ଜୟନ୍ତୀ ମହାନ୍ତି, ଝୁନୁରାଣୀ ବାରିକ, କବିତା ଦାସ, ରୀନାରାଣୀ ମଲ୍ଲିକ, ତରୁଲତା ଦେଓ, ଅଞ୍ଜଳି ବେହେରା, ମିନତୀ ସାହୁ, ସୁଜାତା ବେହେରା, ସସ୍ମିତା ବେହେରା, ସନ୍ଧ୍ୟା ଘଡ଼େଇ, ଗୀତା ଘଡ଼େଇ, ଜୋତ୍ସ୍ନା ରାଣୀ ସେଠୀ ଓ ପ୍ରୟାସ ବିଦ୍ୟାଳୟର କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।


