ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କ ସହାୟକ ଉପକରଣ ପାଇଁ ସ୍ୱତନ୍ତ୍ର ଚିହ୍ନଟ ଶିବିର

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଣିଜାଙ୍ଗ ସରକାରୀ ନେହେରୁ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସହାୟକ ଉପକରଣ ନିମନ୍ତେ ସ୍ୱତନ୍ତ୍ର ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ କୃତିମ ଅଙ୍ଗପ୍ରତ୍ୟେଙ୍ଗ ନିର୍ମାଣ କରୁଥିବା ସଂସ୍ଥା ଏ.ଏଲ.ଆଇ.ଏମ୍‌.ସି.ଓ. ଭୁବନେଶ୍ୱର, କେନ୍ଦ୍ର ସରକାରଙ୍କ ଏ.ଡି.ଆଇ.ପି ଏବଂ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା ମାଧ୍ୟମରେ ଏହି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲା ପ୍ରଶାସନ ଭଦ୍ରକ ପକ୍ଷରୁ ଆୟୋଜନ କରାଯାଇଥିଲା । ଶିବିରରେ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବିଡିଓ ପ୍ରଦୀପ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଡି.ଏସ୍‌.ଏସ୍‌.ଓ ପବିତ୍ର କୁମାର ଦାସ, ବିଏସଏସଓ ପ୍ରକାଶ ଚନ୍ଦ୍ର ସାହୁ, ସରପଞ୍ଚ ରଶ୍ମିତା ସେଠୀ, ସମିତିସଭ୍ୟ ମନୋରଞ୍ଜନ ସେଠୀ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଗଣିଜାଙ୍ଗ ପଞ୍ଚାୟତ ବିଜେଡି ସଭାପତି ଭୀମସେନ ସାମଲ, ପୂର୍ବତନ ସରପଞ୍ଚ ରଞ୍ଜନ କୁମାର ସାହୁ, ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ବିପିନ କୁମାର ନାୟକ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ବ୍ଳକ ଛାତ୍ର ବିଜେଡି ପ୍ରଣବ କିଶୋର ଲେଙ୍କା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଯୁବନେତା ଫଲଗୁନୀ ରାଉତ ଯୋଗ ଦେଇଥିଲେ । ଶିବିରରେ ଶାରୀରିକ ଭିନ୍ନକ୍ଷମ, ଦୃଷ୍ଟି ବାଧିତ, ବୌଦ୍ଧିକ ବିକାଶ ବାଧିତ, ସ୍ନାୟୁଜନିତ ବାଧିତ ଆଦି ବିଭାଗରୁ ପଞ୍ଜୀକୃତ ହୋଇଥିବା ୧୦୦ରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରାଯାଇଥିଲା । ଚିହ୍ନଟ ପ୍ରକ୍ରିୟାରେ ଡାକ୍ତର ଜିତେନ୍ଦ୍ର କୁମାର ସାହୁ, ବିଶ୍ୱ ରଞ୍ଜନ ମହାପାତ୍ର, ମୋନାଲିସା ସୁନ୍ଦରରାୟ, କମଳାକାନ୍ତ ବାରିକ, ଅମିତ ଗୌତମ, ସୁଧିର କୁମାର କୁଅଁର, ସେକ୍ ଶେଖାୱାତ୍ ଅଲ୍ଲୀ ପରୀକ୍ଷା କରିବା ସହିତ ଚିହ୍ନଟ କରିଥିଲେ । ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶିବିରରେ ଭିଡ ଦେଖିବାକୁ ମିଳିଥିଲା । କାର୍ଯକ୍ରମ ପରିଚାଳନାରେ ପିଇଓ ପ୍ରଫୁଲ୍ଲ କୁମାର ପଣ୍ଡା, ଗଣେଶ ପ୍ରସାଦ ନାୟକ, ବୀରକିଶୋର ପଣ୍ଡା, ବିଭୁଦତ୍ତ ପାତ୍ର, ଦେବେନ୍ଦ୍ର ଦଳେଇ, ସମୀକ୍ଷା ତ୍ରିପାଠୀ, ପଦ୍ମିନୀ ସିଂ, ନିରାକାର ଘଡେଇ, ହିମାଂଶୁ ମିଶ୍ର, ଲକିପ୍ରଭା ଜେନା, ପ୍ରବୋଧ କୁମାର ରାଉତ, ପଞ୍ଚାନନ ଦାସ, ଅଶୋକ ବେହେରା, ଶ୍ରୀକାନ୍ତ ସାହୁଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ