ଭିନ୍ନକ୍ଷମ ବିଦ୍ୟାଳୟର ଅବ୍ୟବସ୍ଥା

ବାଲେଶ୍ୱର, (ସରୋଜ ପଣ୍ଡା):ଭିନ୍ନକ୍ଷମ ବିଦ୍ୟାଳୟର ର ଅବ୍ୟବସ୍ଥା କୁ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ର ତଦନ୍ତ ନିର୍ଦ୍ଦେ୨୫/୦୯ବାଲେଶ୍ଵର ଜିଲ୍ଲାର ମିଶନ୍ କମ୍ପାଉଣ୍ଡରେ ଥିବା ଭିନ୍ନକ୍ଷମ ବିଦ୍ୟାଳୟଟି ବିଭିନ୍ନ ଅବ୍ୟବସ୍ଥା ଦେଇ ଗତି କରୁଥିବା ନେଇ ଅଭିଯୋଗ ହୋଇଛି। ମହାମହିମ ରାଜ୍ୟପାଳ ଙ୍କ ପରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପତ୍ର ସଂଖ୍ୟା ୮୦୫୮ ତା ୨୫/୯/୨୩ ରିଖରେ ବାଲେଶ୍ୱର ଜିଲ୍ଲାପାଳ ଙ୍କୁ ଅଭିଯୋଗ ଆଧାରିତ ତଥ୍ୟ ତୁରନ୍ତ ପ୍ରଦାନ ପାଇଁ ନିର୍ଦ୍ଦେଶ ହୋଇଛି।ଏଠାରେଦୃଷ୍ଟିହୀନ-୧୮ଜଣ,ବଧିର-୫୫ଜଣ ଓ ମାନସିକ ଅନଗ୍ରସର-୧୨ଜଣ ମୋଟରେ ୮୬ ଛାତ୍ର ଛାତ୍ରୀ ମାନେ ରହି ପାଠ ପଢ଼ୁଛନ୍ତି। ବିଦ୍ୟାଳୟ ଟି ୧୯୮୭ ମସିହା ଠାରୁ ଓଡ଼ିଶା ରାଜ୍ୟ ସରକାର ଙ୍କ ଠାରୁ ସରକାରୀ ଅନୁଦାନ ପାଉଥିବା ବେଳେ ଆଜି ପର୍ଯ୍ୟନ୍ତ ସେଠାରେ ପିଲା ମାନେ ଶୋଇବା ପାଇଁ ହଷ୍ଟେଲର ସୁବିଧା ନାହିଁ ଭିନ୍ନକ୍ଷମ ପିଲାମାନେ ଶ୍ରେଣୀ ଗୃହରେ ତଳେ ମସିଣା ପକାଇ ଶୋଉଛନ୍ତି। ବିଦ୍ୟାଳୟ ରେ ଦୃଷ୍ଟିହୀନଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଥମ ରୁ ଅଷ୍ଟମ ଯାଏଁ ସର୍ବମୋଟ ୮ ଶ୍ରେଣୀ ପାଇଁ ୩ ଟି କ୍ଲାସ୍ ରୁମ୍ ଥିବା ବେଳେ ବଧିର ମାନଙ୍କ ପାଇଁ ୯ ଶ୍ରେଣୀ ପାଇଁ ପାଞ୍ଚଟି ଶ୍ରେଣୀ ଗୃହ ଓ ମାନସିକ ଅପାରଗ ୪ ଗୋଟି ଶ୍ରେଣୀ ପାଇଁ ୨ ଗୋଟି ଗୃହ ରେ କିପରି ପାଠ ପଢା ହେଉଛି ତାହା ତଦନ୍ତ ସାପେକ୍ଷ। ବାସ୍ତବରେ ବିଦ୍ୟାଳୟ ରେ ସର୍ବମୋଟ ୮୫ ଛାତ୍ର ଛାତ୍ରୀ ରହି ପାଠ ପଢୁଥିବା ବେଳେ ୧୨୬ ପିଲା ରହୁଥିବା ଦର୍ଶାଇ ସରକାର ଙ୍କ ଠାରୁ ଅନୁଦାନ ବର୍ଷ ବର୍ଷ ଧରି ନେଉଥିବା ଜଣାପଡିଛି। ଉକ୍ତ ବିଦ୍ୟାଳୟର ଆବଶ୍ୟକ ଛାତ୍ର ସଂଖ୍ୟା ନ ଥିବାରୁ ଅନୁଦାନ ମାର୍ଗଦର୍ଶିକା ଧାରା ୧୩(ମ) ଅନୁଯାଇ ଅନୁଦାନ ବନ୍ଦ ରହିବା ନିୟମକୁ ଉଲଘଂନ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ବିଦ୍ୟାଳୟ ରେ ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ଦୃଷ୍ଟିହୀନ ବ୍ରେଲି ଶିକ୍ଷକ ନାହାନ୍ତି ଯାହା ଫଳରେ ଦୃଷ୍ଟିହୀନ ପିଲା ମାନେ ପାଠ ପଢିବାରେ ଅସୁବିଧା ହେଉଛି।ଦୃଷ୍ଟିହୀନ ସଙ୍ଗୀତ ଶିକ୍ଷକ ବଦଳରେ ଦୃଷ୍ଟିବାନ ଶିକ୍ଷକ ରଖିବା ସରକାର ଙ୍କ ପତ୍ର ସଂଖ୍ୟା ୪୫୬ ତା ୧୩/୮/୧୫ କୁ ଭଙ୍ଗ କରୁଛି। ଅନୁଦାନ ମାର୍ଗଦର୍ଶିକା ତା ୬/୬/୨୨ ରିଖ ଧାରା ୧୦ (a) (ii) ଅନୁଯାଇ ଆୟକର ଧାରା ୧୨ A ରେ ଉକ୍ତ ଅନୁଷ୍ଠାନ ଅନୁଦାନ ପାଇବ ନିମନ୍ତେ ପଞ୍ଜୀକୃତ ହୋଇ ନଥିବା ଆରଟୀ ଆଇ ଏକ୍ଟ ରୁ ସୂଚନା ମିଳିଛି।ଏହା ବ୍ୟତୀତ ଉକ୍ତ ଅନୁଷ୍ଠାନଟି ଜାତୀୟ ନ୍ୟାସ ସହିତ ପଞ୍ଜୀକୃତ ହୋଇନାହିଁ। ୨୦୨୦ ମାର୍ଚ୍ଚ ମାସ ରେ ଓଡ଼ିଶା ରାଜ୍ୟ ସରକାର ଙ୍କ ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ବିଭାଗ ଠାରୁ ଚିଠି ସଂଖ୍ୟା ୨୮୬୫ ରେ ଦୁଇ ଲକ୍ଷ ଦଶ ହଜାର ଟଙ୍କା ପ୍ରତି ବିଦ୍ୟାଳୟ ରେ କଂପ୍ୟୁଟର କିଣିବା ଓ ଅନ୍ୟାନ୍ୟ ଆସବା ପତ୍ର କିଣିବା ପାଇଁ ଅନୁଦାନ ଦେଇଥିଲେ। କିନ୍ତୁ ବିଦ୍ୟାଳୟ ରେ ଆଜି ସୁଦ୍ଧା ନାଁ କଂପ୍ୟୁଟର ଅଛି ନା ଆନୁସଂଗିକ ଉପକରଣ ଅଛି କିଛି ବି ନାହିଁ। ସେ ଅଭିଯୋଗ ହୋଇଛି। ବିଦ୍ୟାଳୟ ଠାରୁ ଭିନ୍ନକ୍ଷମ ଛାତ୍ରୀ ନିବାସ ର ଦୂରତା ପ୍ରାୟ ୨ କିଲୋମିଟର ଦୂର। ଭିନ୍ନକ୍ଷମ ଛାତ୍ରୀମାନେ ଦିନ କୁ ଦୁଇ ଥର ଖର ଓ ବର୍ଷ।ରେ ଗହଳି ପୂର୍ଣ୍ଣ ରାସ୍ତା ଦେଇ ଯିବା ଆସିବା କରିବା ଦ୍ୱାରା ବହୁ ଅସୁବିଧା ପରିଲକ୍ଷିତ ହେଉଛି। ଛାତ୍ର।ବାସ ଓ ବିଦ୍ୟାଳୟ ରେ ଆବଶ୍ୟକ ଶୌଚାଳୟ ଓ ଗାଧୋଇବା ଘର ନଥିବାରୁ ଛାତ୍ର ଛାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା ନାହିଁ। ବାଲେଶ୍ଵର ଜିଲ୍ଲାପାଳ ଙ୍କୁ ତୁରନ୍ତ ତଦନ୍ତ କରି ତଥ୍ୟମୂଳକ ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ