ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଅଧିନିୟମ-୨୦୧୬ ଓ ବିଭିନ୍ନ ଯୋଜନାର ଶୁଣାଣୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି ସ୍ଥିତ ସିସିଡି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପରିସରରେ ଭିନ୍ନକ୍ଷମ ମାନଙ୍କର ଅଧିକାର ଓ ଅଧିନିୟମ ଏବଂ ବିଭିନ୍ନ ଅଧିକାର ତଥା ଯୋଜନା ସମ୍ବନ୍ଧରେ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେଇଥିଲେ । ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟାଳୟ ଓଡିଶା ଆନୁକୂଲ୍ୟରେ ଏବଂ ଗଜପତି ଜିଲ୍ଲା ପ୍ରଶାସନ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଅଧିନିୟମ-୨୦୧୬ ଏବଂ ସେମାନଙ୍କ ବିଭିନ୍ନ ସରକାରୀ ଯୋଜନା ସହାୟତା ଓ ଅଭିଯୋଗ ଶୁଣାଣି ହୋଇଥିଲା । ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ କଲ୍ୟାଣି ଦାସ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଭିନ୍ନକ୍ଷମ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ଯୋଜନା ସହାୟତାର ବିଭିନନ ଦିଗ ସମ୍ପର୍କରେ କହିଥିଲେ । ରାଜ୍ୟ ଭିନ୍ନକ୍ଷମ କମିଶନର ଶ୍ରମତୀ ଦାସ ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଅଧିନିୟମ-୨୦୧୬ର ବିଭିନ୍ନ ଦିଗ ସମ୍ପର୍କରେ କହି ସେମାନେ କିଭଳି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ସେ ସମ୍ପର୍କରେ କହିଥିଲେ । ମୁଖ୍ୟତଃ ଭାବେ ଭିନ୍ନକ୍ଷମ ଭିତରେ ନିଜର ପ୍ରତିଭା ପ୍ରତିପ।।ଦିତ କରିବା ପାଇଁ ଭିନ୍ନକ୍ଷମ ମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାର ଆବଶ୍ୟକତା ରହିଛି ଏହା ହୋଇ ପାରିଲେ ସେମାନଙ୍କ ଅଧିକାର ସୁନିଶ୍ଚିତ ହେବା ସହ ସେମାନେ ସମ୍ମାନର ସହ ବଞ୍ଚି ପାରିବେ ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି କହିଥିଲେ । ଏହି ଅବସରରେ ରାଜ୍ୟ କମିଶନର ଶମତୀ ଦାସ ଭିନ୍ନକ୍ଷମ ମାନଙ୍କ ପକ୍ଷରୁ ବ୍ୟକ୍ତିଗତ ଓ ସାମୂହିକ ଭାବେ ୧୮ ଗୋଟି ବିଭିନ୍ନ ଅଭିଯୋଗ ଗ୍ରହଣ କରିଥିବା ବେଳେ ଜଣକୁ ସାହା-ବାଡି ଓ ୩ ଜଣଙ୍କୁ ଟ୍ରାଇ ସାଇକଲ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିିଶା ବିକଳାଙ୍ଗ ମଞ୍ଚର ସଭାପତି ନିରଞ୍ଜନ ବେହେରା, ସିସିଡି ଅନୁଷ୍ଠାନର ମୁଖ୍ୟ ଏ ଜଗନ୍ନାଥ ରାଜୁ, ଭିନ୍ନକ୍ଷମ ଅନୁଷ୍ଟାନ ସମର୍ଥର ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ମହାରଣା, ‘ନିୟତି’ ଅନୁଷ୍ଠାନର ପ୍ରତିିଷ୍ଠାତା ସମ୍ପାଦକ ବିଚିତ୍ରା ନନ୍ଦ ବେବର୍ତ୍ତା, ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟାଳୟର ଆଇନ ପରାମର୍ଶ ଦାତା ସୁରେନ୍ଦ୍ର କୁମାର ବରାଳ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ଗଜପତି କଳା ପରିଷଦ ପକ୍ଷରୁ ପ୍ରାରମ୍ଭିକ ସଙ୍ଗୀତ ଗୁରୁ ନୃସିଂହ ପ୍ରସାଦ ପାଢୀଙ୍କ ନିର୍ଦ୍ଦେଶନାରେ ପରିବେଶିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ