ଭିନ୍ନଢଙ୍ଗରେ ବାର୍ଷିକ କ୍ରୀଡା ଉତ୍ସବ ପାଳନ କଲା ୟୁରୋ କିଡ୍ ‘ପ୍ରି’ ସ୍କୁଲ
ଛତ୍ରପୁର: ସ୍ଥାନୀୟ ପିଲିବନ୍ଧ ରୋଡ୍ ସ୍ଥିତ ଆନ୍ତର୍ଜାତୀୟ ମାର୍କା ୟୁରୋ କିଡ୍ ‘ପ୍ରି’ ସ୍କୁଲ ଛତ୍ରପୁର ଶାଖାର ବାର୍ଷିକ କ୍ରୀଡା ଉତ୍ସବ ଭିନ୍ନଢଙ୍ଗରେ ଛତ୍ରପୁର ଷ୍ଟାଡିୟମ ଠାରେ ଅନୁଷ୍ଠାର ଅଧ୍ୟକ୍ଷ ତଥା ଯୁବ ଆଇନଜିବୀ ରଂଜନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟତଃ କୁନି କୁନି କ୍ରିଡାବିତ୍ ମାନେ ଓ ସେମାନଙ୍କ ବାପା ଓ ମାଆ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ଥର ଭାବେ ଛତ୍ରପୁର ଠାରେ ୟୁରୋ କିଡ୍ ‘ପ୍ରି’ ସ୍କୁଲ ବାର୍ଷିକ କ୍ରିଡା ଉତ୍ସବରେ ଅଭିଭାବକ ମାନଙ୍କୁ ସାମିଲ କରିଥିବାରୁ ଅଭିଭାବକ ମାନଙ୍କ ମହଲରେ ଖୁସି ଜାହିର କରିଛନ୍ତି । ପ୍ରାରମ୍ଭ ଏହି ଉତ୍ସବକୁ ଆମ୍ବପୁଆ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ପ୍ରମୋଦ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହ କୁନି କୁନି କ୍ରିଡାବିତ୍ ଏବଂ ଅଭିଭାବକ ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ଭାସ୍କର ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନେ ପାଠ ସହିତ କ୍ରିଡା ପ୍ରତି ଆଗ୍ରହ ରହିବା ଦରକାର ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ପ୍ରିନ୍ସପାଲ୍ ଡାଏନା ମିଶ୍ର , କାର୍ଯ୍ୟକାରୀ ପ୍ରିନ୍ସପାଲ ସସ୍ମିତା ମହାପାତ୍ର, ମ୍ୟାନଜର ଅନୀଲ ରେଡ୍ଡୀ ପ୍ରମୁଖଙ୍କ ଉପସ୍ଥିତରେ କ୍ରିଡା ପତାକା ଉତ୍ତୋଳନ କରାଯାଇ କ୍ରିଡାକାର୍ଯ୍ୟ ଆରମ୍ଭ ହୋଇଥିଲ। ସୁନାମଧନ୍ୟ କୋଚ୍ ତଥା ସ୍କୁଲର କ୍ରିଡା ଶିକ୍ଷକ ସିମାଞ୍ଚଳ ଗୌଡଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୧୦୦ ମିଟର, ୫୦ ମିଟର, ୩୦ ମିଟର ଦୌଡ, ବେଙ୍ଗ ଡିଆଁ, ଥ୍ରୋ ବଲ୍, ରିଲେ, ମ୍ୟୁଜିକାଲ ଚେୟାର ଆଦି ଖେଳକୁଦ ଅନୁଷ୍ଠିତ ହୋଇଥିଲା । ସେହିପରି ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଉତ୍ସାହିତ କରିବା ପାଇଁ ମହିଳା ଅଭିଭାବକ ନିମନ୍ତେ ମ୍ୟୁଜିକାଲ ଚେୟାର, ପୁରୁଷ ଅଭିଭାବକ ନିମନ୍ତେ ୫୦ ମିଟର ଦୌଡ, ସ୍କୁଲର ଶିକ୍ଷୟିତ୍ରୀ ଓ କେୟାର ଟେକର ମାନଙ୍କ ନିମନ୍ତେ ମ୍ୟୁଜିକାଲ ଚେୟାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କ୍ରିଡା କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ମନୋଜ କୁମାର ସ୍ୱାଇଁ ଓ ପ୍ରିୟ ରଂଜନ ପାତ୍ର ଙ୍କ ସମେତ ସମସ୍ତ ଶିକ୍ଷୟତ୍ରୀ ମାନେ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ ।


