ଭିନ୍ନମତ ଓ ନାଗରିକତା ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନକାରୀଙ୍କ ଉପରେ ଦମନ ବନ୍ଦ ଦାବୀ

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : କରୋନା ମହାମାରୀ ଲକ୍ ଡାଉନରେ କୋଟିକୋଟି ଦାଦନ ଶ୍ରମିକ ଓ ଜୀବିକା ହରାଇଥିବା ଛୋଟ ଦୋକାନୀ, କୃଷି ଶ୍ରମିକଙ୍କ ମୌଳିକ ଆ୍ୱଶ୍ୟକତା ପ୍ରତି କେନ୍ଦ୍ର ସରକାର ଉଦାସୀନ ରହିଥିବା ବେଳେ ଦିଲ୍ଲୀ ପୋଲିସ ଜରିଆରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ହୋଇଥିବା ଗଣତାନ୍ତ୍ରିକ ଆନ୍ଦୋଳନର ଛାତ୍ର ନେତା ଓ ନେତ୍ରୀମାନଙ୍କ ସମେତ ଗର୍ଭବତୀ ନାରୀନେତ୍ରୀ ସଫୁରା ଜର୍ଗାର, ଛାତ୍ର ନେତ୍ରୀ ମୀରାନ ହାଇଦର ପ୍ରମୁଖ ୩୦ ଜଣଙ୍କୁ ଜେଲରେ ରଖାଯାଇଛି । ଦିଲ୍ଲୀରେ ମୁସଲମାନଙ୍କ ଉପରେ ବିଜେପି ନେତା କପିଳ ମିଶ୍ର ଓ ଅନୁରାଗ ଠାକୁର ହିଂସାତ୍ମକ ଆକ୍ରମଣ ଦଙ୍ଗା ପାଇଁ ଦାୟୀ ଥିବାବେଳେ ହିଂସାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇ ଆଠ ଶହ ମୁସଲମାନଙ୍କୁ ଗିରଫ କରାଯାଇଛି । ଏହା ଅଗଣତାନ୍ତ୍ରୀକ ଓ ଅମାନୁଷିକ । ଭୀମ କୋରେଗାଁ ମାମଲାରେ ଦଳିତମାନଙ୍କ ଉପରେ ଆକ୍ରମଣକାରୀଙ୍କୁ ଖଲାସ କରାଯାଇଥିବା ବେଳେ ଦଳିତମାନଙ୍କ ଅଧିକାର ପାଇଁ ଲଢ଼ୁଆ ମାନବିକ ଅଧିକାର କର୍ମୀ ସୁଧା ଭରଦ୍ୱାଜ, ବର୍ବରା ରାଓ, ଆନନ୍ଦ ତୁମୁଡତୋଡେ ପ୍ରମୁଖ ୧୧ ଜଣଙ୍କୁଜେଲରେ ରଖାଯାଇଛି । ସେହିମାନଙ୍କୁ ଖଲାସ କରିବା ଏକାନ୍ତ ଜରୁରୀ । ଏହି ଅବସରରେ ‘ଆମେ ଭାରତବାସୀ’ ତରଫରୁ ଆୟୋଜିତ ପ୍ରତିବାଦରେ ପ୍ରଫୁଲ୍ଲ ସାମନ୍ତରା, ସୁରେଶ ପ୍ରାଣିଗ୍ରାହୀ, ରବି ଦାସ, ବିଶ୍ୱପ୍ରିୟ କାନୁନଗୋ, ରାମକୃଷ୍ଣ ପଣ୍ଡା, ଶିବରାମ, ଅମୀୟ ପାଣ୍ଡବ, ସତୀଶ ମିଶ୍ର, ପ୍ରଦୀପ୍ତ ନାୟକ, ଦେବ ପ୍ରସାଦ ରାୟ, ତୁଷାରକାନ୍ତ, କଲ୍ୟାଣ ଆନନ୍ଦ, ପ୍ରମିଳା ବେହେରା, ସଂଘମିତ୍ରା ଜେନା, ସ୍ୱାତୀ ମିଶ୍ର, ସଙ୍ଗୀତା କିଷାନ, ବିଶ୍ୱଭୂଷଣ ମହାପାତ୍ର, ସୁଚିସ୍ମିତା ଜେନା, ସତ୍ୟ ନାରାୟଣ ମଲ୍ଲିକ, ମାନସ ପଟ୍ଟନାୟକ, ପାର୍ଥସାରଥୀ ଜେନା ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାର ତୁରନ୍ତ ଦମନ ବନ୍ଦ କରିବାକୁ ଦାବୀ କରାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ