ଭିନ୍ନ ଏକ ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟିତ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଭିନ୍ନ ଏକ ଜନସେବା କେନ୍ଦ୍ର ସ୍ଥାନୀୟ ଲକ୍ଷ୍ମୀ ମାର୍କେଟର ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଏକ ଗୃହରେ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଏଥିରେ ସମ୍ମାନୀତ ଅତିଥି ଭାବେ ଏନଏସି ଅଧକ୍ଷ ଲୋକନାଥ ପାଢୀ ଓ ମା ପାଟଖଣ୍ଡା ଦୁର୍ଗାପୁଜା ସମିିତିର ସମ୍ଫାଦକ ଟି.ଶ୍ରିନିବାସ ରାଓ ପ୍ରମୁଖ ଯୋଗ ଦେଇଥିଲେ। ଏହି ଜନସେବା କେନ୍ଦ୍ରରେ ଖାଲି ଗୋଟିଏ ବ୍ୟାଙ୍କ ନୁହଁ ତିରିଶିରୁ ଅଧିକ ବ୍ୟାଙ୍କ ଯେପରିକି ଏସବିଆଇ,ଏକ୍ସିସ,ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ,ଆନ୍ଧ୍ରାବ୍ୟାଙ୍କ ଏହିଭଳି ବହୁ ବ୍ୟାଙ୍କର ଟଙ୍କା ଉଠାଣ, ଜମା, ଯେ କୌଣସି ବ୍ୟାଙ୍କର ଅନଲାଇନରେ ନୁଆଖାତା ଇତ୍ୟାଦି ସବୁ ବ୍ୟାଙ୍କ ବାବଦୀୟ ସମସ୍ତ କାର୍ଯ୍ୟ ସହିତ ବିଭିନ୍ନ ବିଲର ଦେୟ, ଇନସୁରେନ୍ସ ପ୍ରିମିୟମ, ପାନ କାର୍ଡ, ଟ୍ରେନ ଓ ଉଡାଜାହାଜ ଟିକଟ ଆଦି କାର୍ଯ୍ୟ ହୋଇ ପାରିବ। ଏହି ଜନସେବା କେନ୍ଦ୍ରକୁ ଗୌରହରୀ ଦାସ ପରିଚାଳନା କରିବେ ଓ ଜନତାଙ୍କୁ ଭଲରେ ସେବା ଯୋଗାଇଦେବା ପାଇଁ ପ୍ରତିଶୃତିବଦ୍ଧ ବୋଲି ପ୍ରକାଶ କରିଛନ୍ତି। ଉଦଘାଟନୀ ଉତ୍ସବରେ ବିଭିନ୍ନ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।


