ଭିନ୍ନ ଏକ ଚିତ୍ରଶାଳା

ଭୁବନେଶ୍ୱର, : ଆଗକୁ ଆସୁଛି ବିଦ୍ୟାଦାତା ବିଘ୍ନ ବିନାଶକ, ଗଣପତିଙ୍କ ପୂଜା । ଧରାପୃଷ୍ଠକୁ ଆଗମନ କରିବେ ପାର୍ବତୀ ନନ୍ଦନ । ଏବେଠାରୁ ପୂଜା ମଣ୍ଡପଠାରୁ ଧରି ସ୍କୁଲ୍, କଲେଜ, ସାହି, ଗଳି ଓ ମନ୍ଦିର ଯାଏ ସବୁଠି ପ୍ରସ୍ତୁତିର ପର୍ବ ଆରମ୍ଭ ହୋଇଯାଇଛି । ପୂଜାକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳୁଛି । ଏହି ଅବସରରେ ରାଜଧାନୀ ପୋଖରୀପୁଟସ୍ଥିତ ଇନ୍ଦ୍ରପ୍ରସ୍ତ କଲୋନୀ, ଫେଜ୍-୨ ପରିସରରେ ଥିବା ‘ଚିତ୍ରଶାଳା’ ଚଳଚଞ୍ଚଳ । ଏଠାରେ ଶିକ୍ଷାଲାଭ କରୁଥିବା କୁନି ଚିତ୍ରଶିଳ୍ପୀମାନେ ନିଆରା ଢଙ୍ଗରେ ଗଣପତିଙ୍କ ପୂଜା ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ବିଦ୍ୟାର୍ଥୀମାନେ ନିଜେ ମହମ ରଙ୍ଗ ଓ କାଗଜରେ ତିଆରି କରିଛନ୍ତି ବିିଭିନ୍ନ ପ୍ରକାରର ଗଣେଶ । କିଏ ପତ୍ରରେ ତ କିଏ ସୂର୍ଯ୍ୟ, ମୟୂର ଚନ୍ଦ୍ରିକା, ଶଙ୍ଖ ଏବଂ ଫଳରେ ଦେଇଛନ୍ତିି ନିଖୁଣ ରୂପ । ଆଉ କେହି ପତ୍ରରେ ବିଦ୍ୟାଦାତାଙ୍କୁ ଉପବେଶନ କରାଇଛନ୍ତି ତ, କିଏ ପରିବେଶ ପୃଷ୍ଠଭୂମିରେ ଗଣନାଥଙ୍କୁ ଆବିର୍ଭାବ କରାଇ ଜଗତ କଲ୍ୟାଣ ପାଇଁ ଆଶିଷ ମାଗିଛନ୍ତି । ଠାକୁରଙ୍କ ମୂର୍ତ୍ତିରେ ମିଶୁଥିବା ବିଭିନ୍ନ ପ୍ରକାର ରାସାୟନିକ ଦ୍ରବ୍ୟ କାରଣରୁ ନଦୀଜଳ ପ୍ରଦୂଷିତ ହେବା ସହ ବାୟୁ ପ୍ରଦୂଷଣ ହୋଇଥାଏ । ଆମ ଜଳ ଉତ୍ସକୁ ସ୍ୱଚ୍ଛ ଓ ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ ପାଇଁ ନିଆରା ଗଣେଶ ପୂଜା ଗତବର୍ଷଠାରୁ ଆୟୋଜନ କରାଯାଉଥିବା ଅନୁଷ୍ଠାନର ପ୍ରତିଷ୍ଠାତା ଅନସୂୟା ସୂଚାଇଛନ୍ତି । ସାମାଜିକ କର୍ମୀ ସୁଶାନ୍ତ ସାହୁ ପ୍ରଥମେ ପର୍ଯ୍ୟାବରଣ ଗଣେଶଙ୍କ ପୂଜା ପାଇଁ ଅନୁଷ୍ଠାନକୁ ପ୍ରସ୍ତାବ ଦେଇଥିଲେ । ସେବେଠାରୁ ଶିଳ୍ପୀମାନେ ବେଶ୍ ଆଗ୍ରହ ଓ ଉକ୍ରଣ୍ଠାର ସହ ବିଭିନ୍ନ ରୂପରେ ବିଦ୍ୟାଦାତାଙ୍କୁ ନିଜେ ଗଢି ବିଭିନ୍ନ ଡାଳ ପତ୍ର, ଫୁଲ କୁଣ୍ଡରେ ସୁସଜ୍ଜିତ କରି ପ୍ରଦୂଷଣ ମୁକ୍ତ ପୂଜାର୍ଚ୍ଚନା କରିଥାନ୍ତି ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ