ଭିନ୍ନ ଜଣେ କୋରନା ଯୋଦ୍ଧା ସୁଦୀପ୍ତ
ଚିକିଟି (କୁରେଶୁ ସାହୁ): ଚିକିଟି ବ୍ଲକ ଓଁ ଶ୍ରୀଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟ ଧାନଘର ରପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ପେଶାରେ ଶିକ୍ଷକ ହେଲେ ବି ସମାଜ ସେବା ରେ ସେ ସବୁବେଳେ ବ୍ରତୀ। କରନା ମହାମାରୀର ଅଚଳାବସ୍ଥା ସମୟରେ ନିଜ ଜୀବନକୁ ବାଜି ଲଗାଇ ପ୍ରବାସି ସେବା ରେ ନିଜକୁ ସାମିଲ କରିଛନ୍ତି।ସେମାନଙ୍କୁ ଯୋଗ ସିଖାଇବା ସହ ସଙ୍ଗ ରୋଧ ରେ ରହିଥିବା ଶିକ୍ଷାର୍ଥୀ ମାନଙ୍କୁ ପାଠ ପଢ଼ାଇ ଆବଶ୍ୟକ ପାଠ୍ୟ ଉପକରଣ ଯୋଗାଇ ଏକ ନୂଆ ଉଦା ହରଣ ସୃଷ୍ଟି କରିଛନ୍ତି।ଲୋକ ଡାଉନ ଆରମ୍ଭରୁ ପୋଲିସ ସହ ସାମିଲ ହୋଇ ବିଭିନ୍ନ ଗ୍ରାମରେ covid-19 ର ଗାଇଡ ଲାଇନ ସମ୍ପର୍କରେ ସଚେତନତା କରାଇ ମାସ୍କ ବି ବଣ୍ଟନ କରି ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଥିଲେ।ସଙ୍ଗରୋଧ ଗୃହ ଗୁଡିକ ରେ ପ୍ରବାସି ଙ୍କୁ କୋରନା କୁ ପ୍ରତିହତ ପାଇଁ ଶିକ୍ଷାଦାନ ପ୍ରଦାନ ସହ ଟେହସିଲଦର ଙ୍କ ସହ ମିଶି ଅନ୍ତେବାସୀ ଙ୍କ ଆତ୍ମ ବିଶ୍ୱାସ ଓ ଆଧ୍ୟାତ୍ମିକ ଶକ୍ତି ବୃଦ୍ଧି ପାଇଁ ବିଜ୍ଞାନ ସମ୍ମତ ପରାମର୍ଶ ,ପ୍ରବଚନ ଓ ଗୀତା ପୁସ୍ତକ ବଣ୍ଟନ ପ୍ରଭୁତି କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଦାୟକ ନିଶ୍ଚୟ।ଲୋକ ଦାଉନ ଆରମ୍ଭ ରୁ ଆଜି ପର୍ଯ୍ୟନ୍ତ ତାଙ୍କ ଉଛର୍ଗୀକୃତ ସେବା ପାଇଁ ଅଞ୍ଚଳବସି ଓ ପ୍ରଶାସନ ନିକଟରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି।ବାସ୍ତବ ରେ ତାଙ୍କ ଏହି ସେବା ମନୋବୃତ୍ତି ପରବର୍ତୀ ପିଢି ପାଇଁ ପ୍ରେରଣା ଦାୟକ ନିଶ୍ଚୟ।ପ୍ରବାସି ମନେ ସଙ୍ଗ ରୋଧ ଗୃହ ରୁ ଯୋଗ ଶିକ୍ଷା କରି ନିଜ ବ୍ୟକ୍ତିଗତ ଜୀବନ ରେ ଏବଂ ସମାଜିକ ଜୀବନ ରେ କିପରି ପ୍ରୟୋଗ କରାଇପାରିବେ ସେଦିଗରେ ଗୁରୁତ୍ୱାରୋପ କରିପାରିଛନ୍ତି।କରନା ଯୋଧ୍ୟା ମାନଙ୍କୁ ଉଛଆହିତ କରିବା ପାଇଁ ସୁଦୀପ୍ତ ଗୀତ ମାଧ୍ୟମରେ ସେମାନଙ୍କ ଆତ୍ମ ବିଶ୍ୱାସ ବୃଦ୍ଧି ନିମନ୍ତେ ନିଜେ 2ଟି ଗୀତ ନିଜସ୍ଵ କଣ୍ଠ ରେ ଲୋକଙ୍କୁ ସମର୍ପଣ କରିଛନ୍ତି।