ଭିନ୍ନ ଢଙ୍ଗରେ ପାଳିଲେ ଜନ୍ମଦିନ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜନ୍ମ ଦିନ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ଶିବରାମଟ୍ଟ୍ନାୟକ ରିଂଡିଂ ରୁମ୍ ଠାରେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଓ ଛତ୍ରପୁର ବିଜୁ ଜନତା ଦଳର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବାସହ ମୁଖ୍ୟମନ୍ତ୍ରୀଙ୍କ ଗୁଣଗାନ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ସାଂସଦ, ଛତ୍ରପୁର ବିଧାୟକ, ରାଜ୍ୟ କୃଷି ବିପଣନ ନୀଗମର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ଓ ଆଦିକନ୍ଦ ସେଠୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ ମିଳିତ ଭାବେ ଏକ କେକ୍ କାଟିଂ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି.ଶ୍ରୀନିବାସ ରାଓ, ଛାତ୍ର ବିଜୁଜନତାଦଳର ଜିଲ୍ଲସଭାପତି ପ୍ରଶାନ୍ତ କୁମାର ପଣ୍ଡା , ବିଜେଡି ଜିଲ୍ଲାସଂପାଦକ ମନୋଜ କୁମାର ପାଢି, ତପନ କୁମାର ପାଢୀ, ଜିଲ୍ଲାକାର୍ଯ୍ୟକାରିଣୀ ସଭ୍ୟ ରବିନ୍ଦ୍ରନାଥ ପଣ୍ଡା, ଛତ୍ରପୁର ବିଜେଡି ବ୍ଲକ ସଭାପତି ସପନେଶ୍ୱର ନାହାକ, ଗଂଜାମ ବ୍ଲକ ସଭାପତି ଇନ୍ଦ୍ରମଣି ଦଳାଇ, ପୂର୍ବତନ ସାଂସଦ ପ୍ରତିନିଧୀ ଜି.ପାପା ରାଓ ଓ ବଟକୃଷ୍ଣ ପଣ୍ଡା, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ବି.ରାଜୁବାବୁ, ଟି.ଚନ୍ଦ୍ରଶେଖର ରାଓ, ନାରୀନେତ୍ରୀ ସୂବର୍ଣ୍ଣମାଳା ବିଷୋୟୀ, ପୋଡାପଦର ପୀତାମ୍ବର ପଣ୍ଡା, ବାନାମ୍ବର ପଲାଇ, ରଘୁନାଥ ସାହୁ, ଅଗସ୍ତିନୂଆ ସମିତିସଭ୍ୟା ବାସନ୍ତି ଜାନୀ, ନରେନ୍ଦ୍ରପୁର ସମିତି ସଭ୍ୟ ଜ୍ୟୋତିରଂଜନ ସାହୁ, ଜୟଦେବ ଲେଙ୍କା, ଜିଲ୍ଲାପରିଷଦ ସଭ୍ୟ ଏସ୍.କିଶୋର ରେଡ୍ଡୀ, ବିଜୟ ବିଶ୍ୱାଳା, ଭାଗ୍ୟ ରେଡ୍ଡୀ, ଶ୍ରୀକାନ୍ତ ମହାନ୍ତି, ଇନ୍ଦୁ ତ୍ରିପାଠୀ, ଉମାକାନ୍ତ ରେଡ୍ଡୀ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, ଡମିନାଥ ସାହୁ, କମଳଲୋଚନ ଦାସ, ସୁରେଶ ପଣ୍ଡା , ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରାଙ୍କସମେତ ନିର୍ବାଚନ ମଣ୍ଡଳୀର ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ରହିଥିଲେ । ଚକ୍ଷୁ ଚିକିତ୍ସା ଶିବିରକୁ ମଧ୍ୟ ପରିଚାଳନା କରିଥିଲେ । ଏହି ଶିବିରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ବହୁ ବରିଷ୍ଠ ନାଗରୀକ ଏବଂ ମହିଳା ,ଯୁବକ ମାନେ ନିଜ ନିଜ ଚକ୍ଷୁ ପରୀକ୍ଷା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମସ୍ତ କର୍ମଚାରୀ ପରିଚାଳନାରେ ସହ ଯୋଗ କରିଥିଲେ । ପ୍ରାରମ୍ଭ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଛତ୍ରପୁର ନିର୍ବାଚନ ମଣ୍ଡଳୀର ନେତୃବୃନ୍ଦ ମାନେ ବିଧାୟକ ଶ୍ରୀ ବେହେରାଙ୍କ ନେତୃତ୍ୱରେ ଦୀପ ଲଗାଇ ପୂଜା ଅର୍ଚ୍ଚନା କରିଥିଲେ ।