ଭିନ୍ନ ଶୈଳୀରେ ହନୁମାନ ଚାଳିଶା ଗାଇ ଚର୍ଚ୍ଚାରେ ଆଫ୍ରିକୀୟ କଣ୍ଠଶିଳ୍ପୀ

ଦକ୍ଷିଣ ଆଫ୍ରିକାରେ ବସବାସ କରୁଥିବା ଜଣେ ଭାରତୀୟ ବଂଶାଦ୍ଭବ ୬ଟି ଭିନ୍ନ ସ୍ୱରରେ ହନୁମାନ ଚାଳିଶା ଗାଇ ଚର୍ଚ୍ଚା ପାଲଟିଛନ୍ତି । ହନୁମାନ ଚାଳିଶା ଗାଇ ଇଣ୍ଟର୍ନେଟ୍ରେ ଖୁବ୍ ଜୋର୍ରେ ଭାଇରାଲ୍ ହୋଇଥିବା ଏହି କଣ୍ଠଶିଳ୍ପୀ ଜଣଙ୍କ ହେଉଛନ୍ତି ବନ୍ଦନା ନରନ । ବନ୍ଦନା ନିକଟରେ ବିଭିନ୍ନ ଶୈଳୀରେ ହନୁମାନ ଚାଳିଶା ଗାଇବା ପରେ ତାହାକୁ ସିଡି କରିଛନ୍ତି । ସେଥି ମଧ୍ୟରୁ କେତୋଟି ସେ ଜୋହନେସବର୍ଗର ଲେନାସିଆରେ ହେଉଥିବା ଆନୁଆଲ୍ ୟୁନାଇଟେଡ୍ ହନୁମାନ ଚାଳିଶାରେ ଗାଇବା ପରେ ସେଗୁଡ଼ିକ ଇଣ୍ଟର୍ନେଟ୍ ଭାଇରାଲ୍ ହୋଇଛି ।
ଆୟୋଜିତ ହୋଇଥିବା ୧୨ ଘଣ୍ଟିଆ କାର୍ଯ୍ୟକ୍ରମରେ ଦେଶର ଭଜନ ଗ୍ରୁପ୍ ୨୦ ମିନିଟ୍ ନେଇ ବଜରଙ୍ଗବାଲୀଙ୍କ ଉଦେଶ୍ୟରେ ହନୁମାନ ଚାଳିଶା ଗାନ କରିଥିଲେ । ଗଣମାଧ୍ୟମରେ ନିଜର ମତ ରଖି ବନ୍ଦନା କହନ୍ତି, “ସିଡିରେ ଥିବା ୬ଟି ଭିନ୍ନ ଧରଣର ହନୁମାନ ଚାଳିଶା ଭିନ୍ନ ପିଢ଼ିଙ୍କ ସକାଶେ । ଆମେ ତାକୁ ଗୋଟିଏ ସ୍ଥାନରେ ରଖିବାକୁ ଉଚିତ ମଣି ସବୁକୁ ମିଶାଇ ଏକ ସିଡି ପ୍ରସ୍ତୁତ କରିଛୁ ।’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ