ଭିଭୋର ନୂତନ ସ୍ମାର୍ଟଫୋନ ଜେଡ୍ ୧ ପ୍ରୋ ଫ୍ଲିପକାର୍ଟ ରେ ଉପଲବ୍ଧ
ସ୍ମାର୍ଟଫୋନ ବ୍ରାଣ୍ଡ ଭିଭୋ, ସଦ୍ୟତମ ନୂତନ ଉତ୍ପାଦ ଜେଡ୍ ୧ ପ୍ରୋ ବିକ୍ରୟର ମାଇଲଷ୍ଟୋନ ଅତିକ୍ରମ କରିବାର ସଫଳତା ବିଷୟରେ ଘୋଷଣା କରିଛି । ଭିଭୋ ପକ୍ଷରୁ ସିରିଜ ଅନ୍ତର୍ଗତି ନୂତନ ଫୋନ ଚଳିତ ମାସରେ ବଜାରରେ ପ୍ରବେଶ କରାଯାଇଥିଲା । ଯାହାକି ବର୍ତମାନ ଅନଲାଇନ ରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ଭିଭୋ ଫୋନ ଅଟେ । ଜେନେରେସନ ଜେଡ୍ ଗ୍ରାହକଙ୍କ ପାଇଁ ଫ୍ଲିପକାର୍ଟ ରେ ଉପଲବ୍ଧ ଫୋନ୍ ପ୍ରଥମ ବିକ୍ରୟର ଆରମ୍ଭରେ (୧୧ ଜୁଲାଇ) ଗୋଟେ ମିନିଟ ମଧ୍ୟରେ ଶେଷ ହୋଇ ଯାଇଛି । ସେଥିପାଇଁ ଗ୍ରହକଙ୍କ ଚାହିଦାକୁ ଲକ୍ଷ୍ୟ ରଖି ନୂତନ ଅଫର ସହିତ ଭିଭୋ ଆଉଥରେ ଜେଡ୍ ୧ ପ୍ରୋ ର ଜୁଲାଇ ୧୬, ୨୦୧୯ ଦିନ ୧୨ଟାରେ ବିକ୍ରୟ ଆରମ୍ଭ କରିବ । ଭିଭୋ ଜେଡ୍-୧ ପ୍ରୋରେ ୩୨ ଏମ୍ପି ସେଲଫି କ୍ୟାମେରା ରହିଛି । ଏହା ସହିତ ଏଥିରେ ଟ୍ରିପୁଲ୍ ପଛ କ୍ୟାମେରା ରହିଛି । ସେଥିମଧ୍ୟରେ ୧୬ ଏମ୍ପି ପ୍ରାଇମେରୀ କ୍ୟାମେରା, ୮ ଏମ୍ପି ସୁପର ୱାଇଡ୍-ଆଙ୍ଗେଲ୍ କ୍ୟାମେରା ଏବଂ ୨ ଏମ୍ପି ଡେପଥ୍ କ୍ୟାମେରା ରହିଛି । ଏଥିରେ ୫୦୦୦ ଏମଏଏଚ୍ ବ୍ୟାଟେରୀ ଏବଂ ୧୮ୱାଟ୍ ଫାଷ୍ଟ ଚାର୍ଜର୍ିର୍ଂ ସୁୂବିଧା ରହ÷ିଛି । ଏଥିରେ ୬୪ ବିଟ୍ ସିପିୟୁ, କ୍ୱାଲକମ୍ କ୍ରାୟୋ ୩୬୦, ୧୦ଏନ୍ଏମ୍ ଡିଜାଇନିଂ, ୨.୩ ଜିଏଚଜେଡ୍ ଏବଂ ୬୧୬ ଗ୍ରାଫିକ୍୍ ପ୍ରୋସେସିଂ ୟୁନିଟ୍, ୧୬.୫୯ ସେମି ଡିସପ୍ଲେ, ସ୍କ୍ରିନ୍ ରେସିଓ ୯୦.୭୭% ଏବଂ ୧୯.୫:୯, ଅଲ୍ଟ୍ରା ଗେମ୍ ମୋଡ୍ ଆଦି ବୈଶିଷ୍ଟ୍ୟ ରହିଛି । ଏହାର ଓଜନ ୨୦୧ ଗ୍ରାମ୍ ରହିଛି । ଏହାର କ୍ରୟରେ ଫ୍ଲିପ୍କାର୍ଟରେ ଆଇସିଆଇସିଆଇ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାର କଲେ ୭୫୦ ଟଙ୍କାର ତତ୍କ୍ଷଣାତ୍ ରିହାତି ମିଳିବ । ସେହିପରି ଭିଭୋ ଇଣ୍ଡିଆ ଇ-ଷ୍ଟୋର୍ରୁ କ୍ରୟ କଲେ ୬,୦୦୦ଟଙ୍କା ମୂଲ୍ୟର ଜିଓ ସୁବିଧା ମିଳିବ । ଭିଭୋ ଇଣ୍ଡିଆର ବ୍ରାଣ୍ଡ୍ ଷ୍ଟ୍ରାଟେଜି ନିର୍ଦ୍ଦେଶକ ନିପୁନ ମାରୟା କହିଲେ ଭିଭୋ ସାମ୍ପ୍ରତିକ କ୍ୟାମେରା ଜ୍ଞାନକୌଶଳରେ ଏକ ନୂତନ କ୍ଷେତ୍ର ସୃଷ୍ଟି କରିବା ସହିତ କ୍ୟାମେରାର ଅଭିଜ୍ଞତାକୁ ବିଶେଷ ରୁଦ୍ଧିମନ୍ତ କରିବାକୁ ସକ୍ଷମ ହେବ । ଆମ୍ଭେ ନିଶ୍ଚିତ ଯେ, ସ୍ମାର୍ଟଫୋନ୍ ନୂତନ ବେଂଚମାର୍କ ସୃଷ୍ଟି କରିବାକୁ ସକ୍ଷମ ହେବ ତଥା ଗ୍ରାହକଙ୍କ ଦ୍ୱାରା ବିଶେଷ ଆଦୃତି ଲାଭ କରିବା ସହିତ ସେଲଫି ଅଭିଜ୍ଞତାକୁ ରୁଦ୍ଧିମନ୍ତ କରାଇବ ।