ଭିଲାଇ ଷ୍ଟିଲ ପ୍ଲାଣ୍ଟ ଦେଶର ଭଲ ସମନ୍ୱିତ ଇସ୍ପାତ ପ୍ରକଳ୍ପ : ଧର୍ମେନ୍ଦ୍ର ପ୍ରଧାନ

ଭୂବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ଛତିଶଗଡ ଗସ୍ତରେ ଆସି ପ୍ରଥମ ଦିନରେ ମନ୍ତ୍ରୀ ଭିଲାଇ ଷ୍ଟିଲ ପ୍ଲାଣ୍ଟ ଦେଖିବା ସହ ଭିଲାଇ ସହରର ସ୍ଥାନୀୟ ଜଗନ୍ନାଥ ସମିତି ତଥା ଓଡିଆ ସମାଜ ସମେତ ଓଡିଆ ଭାଷା ଭାଷୀ ଲୋକ ମାନଙ୍କ ସହ ସୈାଜନ୍ୟ ମୁଳକ ସାକ୍ଷାତ କରିଛନ୍ତି । ଏଥିସହ ପ୍ଲାଣ୍ଟ ବୁଲିବା ସହ ଭାରତୀୟ ରେଳର ଏକ ମାତ୍ର ଉତ୍ପାଦନ ଓ ଯୋଗାଣକାରୀ ଉଦ୍ୟୋଗର ମାନ୍ୟତା ପାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଉସ୍ପାତ ପକଳ୍ପର ଏକ ଅତ୍ୟାଧୁନିକ କନଭଟରର ଶୁଭ ଉଦଘାଟନ କରିଥିଲେ ।ଏହି ନୁଆ ସଂଯୋଗ କାରଣରୁ ଭିଲାଇ ଇସ୍ପାତ ପ୍ରକଳ୍ପର ଉତ୍ପାଦିତ ବୃଦ୍ଧି ଘଟିବ ବୋଲି ସେ କହିଥିଲେ । ଏହି ଗସ୍ତ ସମୟରେ ପ୍ରଧାନ ବିଭିନ୍ନ ଟ୍ରେଡ୍ ୟୁନିୟନ୍ ଏବଂ ଏହି ଇସ୍ପାତ ପ୍ରକଳ୍ପର ଅଫିସ ଆସୋସିଏସନର ପ୍ରତିନିଧି ସହ ସାକ୍ଷାତ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ