ଭିଷ୍ମଗିରି ହାଇସ୍କୁଲ ର ହୀରକ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ହାଇସ୍କୁଲ ର ହୀରକ ଜୟନ୍ତୀ ମହୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ରବିବାର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି।ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକ ଙ୍କ ଆବାହକତ୍ୱରେ ଆୟୋଜିତ ବୈଠକ ରେ ହାଇସ୍କୁଲ ର ୨ ଶହ ରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ର ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଆସନ୍ତା ଫେବୃୟାରୀ ୧୦ ତାରିଖ ଠାରୁ ୩ ଦିନ ବ୍ୟାପୀ ଏହି ମହୋତ୍ସବ ଖୁବ୍ ଧୁମ୍ ଧାମ ରେ ପାଳନ କରାଯିବା ନିମନ୍ତେ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ମହୋତ୍ସବ ପାଳନ ନିମନ୍ତେ ଅଭ୍ୟର୍ଥନା କମିଟି ଗଠନ କରାଯାଇଛି।ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବାଳକୃଷ୍ଣ ପଣ୍ଡା ଙ୍କୁ ସଭାପତି,କାର୍ଯ୍ୟକାରୀ ସଭାପତି ଭାବେ ବିଜୟ କୁମାର ବକ୍ସି,ରାଜେନ୍ଦ୍ର ପ୍ରସାଦ ପାଠୀ – ଉପ ସଭାପତି,ପିତାମ୍ବର ଗୌଡ଼,ରବି ଚନ୍ଦ୍ର ଗୌଡ଼ ଏବଂ ରାଜେନ୍ଦ୍ର ଗୌଡ଼ ଙ୍କୁ ସମ୍ପାଦକ,ଏସ.ଆନନ୍ଦ ରାଓ ପୃଷ୍ଟି ଏବଂ ଦିଲ୍ଲୀପ କୁମାର ପାତ୍ର ଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିବା ବେଳେ ୫୦ ଜଣ ଙ୍କୁ ନେଇ ପରିଚାଳନା କମିଟି ଗଠନ କରାଯାଇଛି।ଆସନ୍ତା ୧୮ ତାରିଖରେ ପରବର୍ତ୍ତୀ ବୈଠକ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।


