ଭିସା ଉପରେ କଟକଣା ଜାରି କଲା ଆମେରିକା

ଆମେରିକାରେ ବାସିନ୍ଦା ହେବାକୁ ହେଲେ ଏଚ-୧ ବି ଭିଜା ଆବଶ୍ୟ କ ହୋଇଥାଏ । ଯାହା ଚାକରୀ କ୍ଷେତ୍ରରେ କମ୍ପାନୀ ଗୁଡ଼ିକରେ କାର‌୍ୟ୍ୟରତ କୁଶଳୀ ବିଦେଶୀଙ୍କୁ ମିଳିଥାଏ । ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ ଆମେରିକା ଭାରତୀୟ, ବିଦେଶୀ ନାଗରିକ ଯେଉଁ ମାନେ ସେଠାରେ ରହିବାକୁ ସମ୍ପର୍ଣ୍ଣ ଚାହୁଁଛନ୍ତି ସେମାନଙ୍କ ଏଚ-୧ ବି ଭିଜାକୁ କେବଳ ୬୫୦୦୦ ଯାଏଁ ସୀମିତ ରଖିଛି ।
ଭାରତ ଓ ଚୀନର ଅଧିକାଂଶ ଲୋକ ଆମେରିକାର ବଡ଼ ବଡ଼ କମ୍ପାନୀରେ ନିଯୁକ୍ତି ପାଇଁ ଏଚ-୧ ବି ଭିଜା ଆବେଦନ କରିଥାନ୍ତି । ଏହି ଭିସାକୁ ମଞ୍ଜୁରୀ ଦେଉଥିବା ୟୁଏଏସସିଆଇଏସ ପକ୍ଷରୁ କୁହାଯାଇଛି ଯେ , ୨୦୧୨୦ ଆର୍ଥିକ ବର୍ଷର ଏଚ-୧ ବି ଭିଜା ପାଇଁ ୬୫୦୦୦ ସଂଖ୍ୟା ପାଇଁ ପର‌୍ୟ୍ୟାପ୍ତ ପରିମାଣର ଆବେଦନ ହୋଇଛି । ୟୁଏଏସସିଆଇଏସକୁ ଏପ୍ରିଲରୁ ଏଚ-୧ ବି ଭିସା ପାଇଁ ଆବେଦନ ମିଳିଲାଣି ଯାହା ଚଳିତ ଆର୍ଥିକ ବର୍ଷ ୨୦୧୯ ଅକ୍ଟୋବରରୁ ଆରମ୍ଭ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ