ଭିସି ମାଧ୍ୟମରେ ଭୋଟର ପଞ୍ଜିକରଣ ଏବଂ ସଂଶୋଧନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା

ଛତ୍ରପୁର,(ଦେବଦତ୍ତ ମହାରଣା):  ଛତ୍ରପୁର  ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ  ପ୍ରିୟରଞ୍ଜନ ପୃଷ୍ଟିଙ୍କ ପୌରହିତ୍ୟରେ ନିର୍ବାଚନ ସମ୍ପର୍କୀୟ  ଭିସି   ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓଶ୍ଵାନ ଭିସି ହଲ ଠାରେ  ଅନୁଷ୍ଠିତ ହୋଇଯାଇଛି l ଏଥିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହାୟ ଜିଲ୍ଲାପାଳ, 124, 125, 126, 127ଓ 131 ନିର୍ବାଚନ ମଣ୍ଡଳୀର ସହାୟକ ଭୋଟର ପଞ୍ଜିକରଣ ଅଧିକାରୀ (ବିଡ଼ିଓ ଏବଂ ତହସିଲଦାର ),  ବି ଏଲ ଓ ଏବଂ  ସୁପରଭାଇଜର  ଉପସ୍ଥିତ ଥିଲେ l ସ୍ୱତନ୍ତ୍ର ଭୋଟର ତାଲିକା-2021ର  ସଂଶୋଧନ କାର୍ଯ୍ୟସୂଚୀ ବାବଦରେ ବିସ୍ତୃତଭାବରେ ଉପଜିଲ୍ଲାପାଳ ବୁଝାଇଥିଲେ l ସୁସ୍ଥ ଏବଂ ନିର୍ଭୁଲ ଭୋଟର ତାଲିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ନିର୍ଦ୍ଧାରିତ ଚାରିଗୋଟି ସ୍ୱତନ୍ତ୍ର ପ୍ରଚାର ଦିବସ ଯାହାକି  28.11.2020, 29.11.2020, 05.12.2020ଏବଂ 06.12.2020 ଦିନ ସମସ୍ତ ବି ଏଲ ଓ  ଏବଂ  ସୁପର ଭାଇଜର ନିଜ ନିଜ ଭୋଟ କେନ୍ଦ୍ରରେ ଉପସ୍ଥିତ ରହି ଜନସାଧାରଣଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରବେ l ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ସମସ୍ତ କାର୍ଯ୍ୟ ଉତ୍ତମ ରୂପେ ସମ୍ପାଦନ କରିବା ନିମନ୍ତେ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ଗୁରୁତ୍ୱ ଆରୋପ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ