ଭିିନ୍ନକ୍ଷମ ଉପକରଣ ବଣ୍ଟନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ପରିସରରେ ଦୁଇ ଭିନ୍ନକ୍ଷମଙ୍କୁ ଉପକରଣ ବଣ୍ଟନ କରାଯାଇଛି । ସାମାଜିକ ସୁରକ୍ଷା ବିଭାଗ ସହକାରୀ ଅଧିକାରୀ ସୁଧାଂଶୁ ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡିଓ ଦେବଦତ୍ତ ଦାସ ଉପସ୍ଥିତ ରହି ଦୁଇ ଭିନ୍ନକ୍ଷମଙ୍କୁ ଉପକରଣ ପ୍ରଦାନ କରିଥିଲେ । ରହଣିଆ ଗ୍ରାମର ରାଜେଶ ବେହେରା ଓ ମାଳଦା ଗ୍ରାମର କାଳନ୍ଦୀ ନାୟକଙ୍କୁ ପୃଥକ ପୃଥକ ଭାବେ ଆଶାବାଡି ସହିତ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଧ୍ୟକ୍ଷାଙ୍କ ପ୍ରତିନିଧି ଗୋଲକ ଚନ୍ଦ୍ର ବେହେରା, ସାମାଜିକ ସୁରକ୍ଷା ବିଭାଗ ଭାରପ୍ରାପ୍ତ ଅଧିକାରୀ ରବିନାରାୟଣ ପାତ୍ର, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


