ଭିୱାନୀ ସହରରେ ହନୁମାନ ଜୟନ୍ତୀ ଓ ଜଗନ୍ନାଥ ମନ୍ଦିର ସ୍ଥାପନା
ନୂଆଦିଲ୍ଲୀ / ହରିୟାଣା, (ଓ୍ବାଇଏନ୍ଏସ୍):ହରିୟାନାର ଭିୱାନୀ ସହରରେ ୪ସହ ବର୍ଷର ପୁରାତନ ହନୁମାନ ମନ୍ଦିରରେ ଦୀର୍ଘ ୭ ଦିନ ବ୍ୟାପି ହନୁମାନ ଜୟନ୍ତୀ ଜନ୍ମୋତ୍ସୋବ ପାଳନ କରାଯାଇଛି | କାର୍ଯ୍ୟକ୍ରମର ଉଦଘାଟନ ହରିୟାଣାର ମାନ୍ୟବର ମୁଖମନ୍ତ୍ରୀ ଶ୍ରୀ ମନୋହର ଲାଲ୍ ଖଟରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା | ମୁଖମନ୍ତ୍ରୀ ଶ୍ରୀ ଖଟର ସମସ୍ତ ଭକ୍ତ ଙ୍କୁ ସମ୍ବୋଧନ କରି କହିଥିଲେ ଭିୱାନୀ ସହରକୁ ହନୁମାନ ଗଡ଼ି ଏବଂ ଭଗବାନ ନୃସିଂହ ମନ୍ଦିରକୁ ଛୋଟ କାଶୀ ସହର ଭବରେ ପ୍ରସିଦ୍ଧ। ଆପଣ ମାନେ ଗୁଗଲ୍ରେ ସର୍ଚ୍ଚ କଲେ ଏହି ସ୍ଥାନର ମହତ୍ତ୍ଵ ସମ୍ବନ୍ଧରେ ଜାଣିପାରିବେ ମନ୍ଦିରର ମହତ୍ୱ ସମ୍ପର୍କରେ ବର୍ଣନା କରାଯାଇଛି । ମନ୍ଦିରର ମହନ୍ତ ଶ୍ରୀଚରଣ ଦାସଙ୍କୁ ଜଣେ ସଜ୍ଜନ ପୁରୁଷ ଭାବେ ବର୍ଣ୍ଣନା କରି ତାଙ୍କ ଦ୍ଵାରା ଭିୱାନୀ ସହରରେ ମନ୍ଦିର ତରଫରୁ ଅନେକ୍ ଜନ ହିତକର କାର୍ଯ୍ୟ କରାଯାଇଛି ଯଥା ବୃକ୍ଷ ରୋପଣ, ସ୍ୱାସ୍ଥ୍ୟ, ଜଳ ସଂରକ୍ଷଣ, ଭଳି ଅନେକ୍ ମହତ କାର୍ଯ୍ୟ କରାଯାଇଛି | ଏପରିକି ମହନ୍ତ ମହାରାଜ ପଦଯାତ୍ରା ମାଧ୍ୟମରେ ଲୋକମାନଙ୍କ ପାଖରେ ପହଂଚି ସଚେତନତା କାର୍ଯ୍ୟକ୍ରମ କରି ଜନସାଧାରଣଙ୍କୁ ସଚେତନ କରାଇଛନ୍ତି | ଏହି କାର୍ଯ୍ୟକ୍ରମରେ ଭିୱାନୀ, ରୋହତକ୍, ଝୁଝୁର, ବାହାଦୁର ଗଡ଼, ନାରନୋଲ, ମହେନ୍ଦ୍ର ଗଡ଼, ଅମ୍ବାଲା, ସହରରୁ ପ୍ରାୟ ୫୦୦୦ ରୁ ଉର୍ଦ୍ଧ ଜଗନ୍ନାଥ ପ୍ରେମୀ ଭକ୍ତ ଉପସ୍ଥିତ ଥିଲେ । ଜଗନ୍ନାଥ ସଂସ୍କୃତିର ପ୍ରଚାରକ ସୁଶାନ୍ତ ଦାସ, ରୋହିତ୍ ଗୋୟଲ, ଦିଲ୍ଲୀ ହାଉଜଖାସ୍ ଜଗନ୍ନାଥ ମନ୍ଦିରର ସମ୍ପାଦକ ରବିନ୍ଦ୍ର କୁମାର ପ୍ରଧାନ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ l ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଖଟର ହାଉଜ୍ ଖାସ୍ ମନ୍ଦିର ପରିଚାଳନା ସମିତିର ସହଯୋଗରେ ଭିୱାନୀ ସହରରେ ଜଗନ୍ନାଥ ମନ୍ଦିର ସ୍ଥାପନା ହୋଇଥିବାରୁ ମନ୍ଦିରର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l