ଭି ଏସ ଏସ କାର୍ଯ୍ୟାଳୟ ଉଦଘାଟିତ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମରେ ବନ ସୁରକ୍ଷା ସମିତି ପାଇଁ ଏକ କାର୍ଯ୍ୟାଳୟ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଏସ ଏନ ବେହୁରାଙ୍କ ଦ୍ଵାରା ବୁଧବାର ଦିନ ଉଦଘାଟିତ ହୋଇଯାଇଛି। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଦ୍ୟସ୍ୟା ଭୁବନେଶ୍ଵରୀ ଖଟେଇ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଖଦାଳ ଖଟେଇ , ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା,ଅତିରିକ୍ତ ବନାଞ୍ଚଳ ଅଧିକାରୀ ଦୁଃଶାସନ ପ୍ରଧାନ ଏବଂ ଅନ୍ୟାନ ବନ ବିଭାଗ କର୍ମଚାରୀ ସମେତ ବନ ସୁରକ୍ଷା ସମିତି ସଭାପତି ଓ ସଭ୍ୟା ସଭ୍ୟ ଯୋଗଦାନ କରିଥିଲେ। ଅତିଥିମାନଙ୍କୁ ଗ୍ରାମବାସୀ ମାନେ ବଜାବଜାଇ ପାଛୋଟି ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ