ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିଲେ ଜିଲ୍ଲାପାଳ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ ର୍ବିକାଶ ନିମନ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ୩ କୋଟି ୨୦ ଲକ୍ଷ ଟଙ୍କା ର ଅନୁଦାନ ପ୍ରଦାନ କରିଛନ୍ତି।ଏହି ଅନୁଦାନ ରାଶି ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ ଠାରେ ଭିତ୍ତି ଭୂମି ପ୍ରତିଷ୍ଠା ସହିତ ସୌନ୍ଦର୍ଯ୍ୟକରଣ ଦିଗରେ ଖର୍ଚ୍ଚ ହେବ।ସୋମବାର ଦିନ ମୟୁରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜ ଠାକୁରମୁଣ୍ଡା ବ୍ଲକ ଅଧିନସ୍ଥ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ ପରିଦର୍ଶନ ରେ ଆସି ବୁଲି ଦେଖିବା ସହ ପର୍ଯ୍ୟଟନ ସ୍ଥଳୀ ର ବିକାଶ ପାଇଁ ସ୍ଥାନୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଭୀମକୁଣ୍ଡ ର ଉନ୍ନତିକରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ କରଞ୍ଜିଆ ଉପଜିଲ୍ଲାପାଳ ପ୍ରେମାନଶୁ ଚାନ୍ଦ ପିଏଆଟିଡିଏ ଦେବଦତ୍ତ ମହାନ୍ତ,ଠାକୁରମୁଣ୍ଡା ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ, ତହସିଲଦାର ସୁଶ୍ରୀ ସୁପ୍ରିୟା, ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ,ବନପାଳ ତପନ ମହାନ୍ତ,ଧୁରବେନ୍ଦ୍ର ମହାନ୍ତ,ଫୋରେଷ୍ଟ ଗାର୍ଡ ମନୋଜ ବେହେରା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ