ଭୀମଟାଙ୍ଗିରେ ଦୋଳ ଯାତ୍ରା ଆରମ୍ଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୀମଟାଙ୍ଗିରେ ଦୋଳଯାତ୍ରା ଆରମ୍ଭ ହୋଇଛି । ଏହି ଉପଲକ୍ଷେ ରାଧାକୃଷ୍ଣ ଓ ଦୋଳ ଗୋବିନ୍ଦଙ୍କ ପ୍ରତିମୂର୍ତିଙ୍କୁ ଭକ୍ତମାନଙ୍କ ଘର ଦ୍ୱାର ନିକଟକୁ ଯାଇ ଭୋଗ ଲାଗି କରାଯାଉଛି । ସୁସଜ୍ଜିତ ବିମାନ ଯୋଗେ ଠାକୁର ଯାତ୍ରା କର ଦୋଳର ଚାର୍ଚେରୀ ଭାଗ ଲାଗି କରାଯାଉଛି । ପ୍ରଥମେ ଉପର ଫେଜ୍ ଏହା ପରେ ତଳ ଫେଜ୍ ଓ କପିଳପ୍ରସାଦ ଅଂଚଳରେ ଏହି ଦୋଳଯାତ୍ରା କରାଯାଇଛି । ବିଧି ଅନୁଯାୟୀ ପୂଣ୍ଣମୀ ତିଥିରେ ପାଞ୍ଜି ପଠନ କରାଯିବ । ଏହାକୁ ସମିତିର କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ସମ୍ପାଦକ ପଦ୍ମନାଭ ଷଡ଼ଙ୍ଗୀ, କର୍ପୋରେଟର ଶିବ ନାରାୟଣ ରାୟ ଓ ସଭ୍ୟମାନେ ପରିଚାଳଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ