ଭୀମଟାଙ୍ଗିରେ ନନ୍ଦ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୀମଟାଙ୍ଗି ଉନ୍ନୟନ ପରିଷଦର ଚର୍ତୁବିଂଶତମ ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି । ଏହି ଅବସରରେ ବିଶ୍ୱ ଶାନ୍ତି ପାଇଁ ଭୀମଟାଙ୍ଗି ଆକାଶ ବିହାର ଗୋଷ୍ଠୀ କେନ୍ଦ୍ରଠାରେ ମହାଯଜ୍ଞ ଶ୍ରୀମଦ୍ ଭାଗବତ ପରାୟଣ କରାଯାଇଥିଲା । ଏଥି ସହ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳନ କରାଯାଇଥିଲା । ଏଥିରେ ସୁନାମଧନ୍ୟ ପ୍ରବକ୍ତାବୃନ୍ଦ ପ୍ରବଚନ ପ୍ରଦାନ କରିଥିଲେ । ପ୍ରବକ୍ତା ପଣ୍ଡିତ ଆଚାର୍ଯ୍ୟ ମହାଦେବ ରଥ, ନାରାୟଣ ମହାପାତ୍ର, ଅନିଲ୍ କୁମାର ଦାସ, ପଣ୍ଡିତ ବିଭୂତି ଭୂଷଣ ପଲା, ଜଗଦୀଶ ମିଶ୍ର, ଡ଼ କୃଷ୍ଣକେଶବ ଷଡଙ୍ଗୀ, ପଣ୍ଡିତ ଗୋପାଳଚନ୍ଦ୍ର ରାଜଗୁରୁ, ନିର୍ବାଣ ସନ୍ଥ ଭଗବାନଦାସ ମହାରାଜ ପ୍ରମୁଖ ପ୍ରବଚନ ପ୍ରଦାନ କରିଥିଲେ । ଏହାକୁ ପରିଷଦର ସଭାପତି ପୁରୁଷୋତମ ସାହୁ, କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ସମ୍ପାଦକ ଚିତ୍ରସେନ ବିଶୋଇ ଓ ସଭ୍ୟମାନେ ପରିଚାଳଣା କରିଥିଲେ ।


