ଭୀମଟାଙ୍ଗି ଉନ୍ନୟନ ପରିଷଦର ବାର୍ଷିକ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୀମଟାଙ୍ଗି ଉନ୍ନୟନ ପରିଷଦର ଚର୍ତୁବିଂଶତମ ବାର୍ଷିକ ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ବିଶ୍ୱ ଶାନ୍ତି ପାଇଁ ଭୀମଟାଙ୍ଗି ଆକାଶ ବିହାର ଗୋଷ୍ଠୀ କେନ୍ଦ୍ରଠାରେ ମହାଯଜ୍ଞ ଶ୍ରୀମଦ୍ ଭାଗବତ ସପ୍ତାହ ପରାୟଣ କରାଯାଇଥିଲା । ପୂର୍ବତନ ବରିଷ୍ଠ ପ୍ରଶାସକ କାଶିନାଥ ସାହୁ ଯୋଗଦେଇ ପରିଷଦର ସଭାପତି ପୁରୁଷୋତମ ସାହୁଙ୍କୁ “ଭୀମଟାଙ୍ଗି ଗୌରବ ସମ୍ମାନ” ପ୍ରଦାନ କରିଥିଲେ । ଉଦ୍ଯାପନ ଦିବସରେ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କର୍ପୋରେଟର ଶିବ ନାରାୟଣ ରାୟ ଯୋଗ ଦେଇଥିଲେ । ଏଥିରେ ସୁନାମଧନ୍ୟ ପ୍ରବକ୍ତାବୃନ୍ଦ ଯଥା ପ୍ରବକ୍ତା ପଣ୍ଡିତ ଆଚାର୍ଯ୍ୟ ମହାଦେବ ରଥ, କୃଷ୍ଣ ଚନ୍ଦ୍ର ଶତପଥି, ପ୍ରମୁଖ ପ୍ରବଚନ ପ୍ରଦାନ କରିଥିଲେ । ଏହାକୁ କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ସମ୍ପାଦକ ଚିତ୍ରସେନ ବିଶୋଇ, ହରିହର ପଟ୍ଟନାୟକ, ଭାଷ୍କର ପଣ୍ଡା, କେଳୁ ଚରଣ ପାହାଡ଼ ସିଂ, ରବି ନାରାୟଣ ଦାଶ, ପ୍ରମୋଦ କୁମାର ଖୁଂଟିଆ ଓ ସଭ୍ୟମାନେ ପରିଚାଳଣା କରିଥିଲେ । ଶେଷ ଦିବସରରେ ନୃତ୍ୟା ନନ୍ଦମ ପ୍ରକାଶ ପାଇବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।


