ଭୀମପୁରା ଗ୍ରାମପଞ୍ଚାୟତର ଟିଭି ସେଣ୍ଟର ପଡ଼ିଆରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ଶୁକ୍ରବାର ସକାଳ ୭ ଘଟିକା ସମୟରେ ରେମୁଣା ବିଜ୍ଞାପିତ ପରିଷଦ ଓ ରେମୁଣା ବ୍ଲକ ଅନ୍ତର୍ଗତ ଭୀମପୁରା ଗ୍ରାମପଞ୍ଚାୟତର ଟିଭି ସେଣ୍ଟର ପଡ଼ିଆରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଏକ ଯୋଗ ଶିବିରର ଆୟୋଜନ କରାଯାଇଥିଲା। ଉକ୍ତ ଯୋଗ ଶିବିରରେ ମାନ୍ୟବର ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ, ଏନ୍. ଏ. ସି. Exicutive ଅଫିସର ଗଗନ ବିହାରୀ ଦାସ,ଏନ୍. ଏ. ସି. ଅଧ୍ୟକ୍ଷା ତନୁଜା ଗିରି,କାଉନସିଲର ହେମାବତି ବେହେରା,ଶିବଶଙ୍କର ରୟ, ସାନୁମଣି ମୁର୍ମୁ ସେହିପରି ଭୀମପୁରା ଟିଭି ସେଣ୍ଟର ପଡ଼ିଆରେ ହୋଇଥିବା ଯୋଗ ଶିବିରରେ ବିଧାୟକ ରେମୁଣା ଶ୍ରୀ ଦାସ,ରେମୁଣା ବ୍ଲକ ବିଡ଼ିଓ ସନ୍ତୋଷ କୁମାର ବାରିକ,ତହସିଲଦାର ଅନୁପ ଦାସ,ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ଉପାଧକ୍ଷା ସୁମତି ବେହେରା,CDPO ସୌଭାଗ୍ୟ ରାଉତ,ଆସିଷ୍ଟାଣ୍ଟ ଇଂ. ଗିରିଜା ଶଙ୍କର ପ୍ରଧାନ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋପୀନାଥ ସେନାପତି,ସୁଶାନ୍ତ ପଟ୍ଟନାୟକ,ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି,ଭୀମପୁରା ସରପଞ୍ଚ ଗୀତାଞ୍ଜଳୀ ପଲେଇ ପ୍ରମୁଖ ମଞ୍ଚାଶିନ ଥିଲେ। ଉଭୟ ଯୋଗ ଶିବିରରେ ଶତାଧିକ ଜନସାଧାରଣ,ସ୍କୁଲ ଛାତ୍ର ଛାତ୍ରୀ,ଅଙ୍ଗନୱାଡ଼ି କର୍ମୀ ଯୋଗ ଦେଇଥିଲେ। ଯୋଗ ମାନବ ପାଇଁ ଏକାନ୍ତ ଆବଶ୍ୟକ। ଜଣେ ସାଧାରଣ ମଣିଷ ନିୟମିତ ଯୋଗ କଲେ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବ ବୋଲି ଶ୍ରୀ ଦାସ ଉପସ୍ଥିତ ଲୋକଙ୍କୁ କହିଥିଲେ। ସେ କହିଥିଲେ ଆମ ଶରୀର ହେଉଛି ଆମ ସମ୍ପତି, ତାର ଯତ୍ନ ନେବା ଅମର କର୍ତ୍ତବ୍ୟ, ଯୋଗ ଦ୍ଵାରା ଆମ ଶରୀରର ରୋଗ ନିୟନ୍ତ୍ରଣ ଶକ୍ତି ବୃଦ୍ଧି ପାଇଥାଏ। ଆଜି ଏହି ଯୋଗ ଦିବସରେ ଆମେ ସମସ୍ତେ ସଂକଳ୍ପ ନେବା, ପ୍ରତ୍ୟେକ ଦିନ ଅମର ମୂଲ୍ୟବାନ ସମୟରୁ କିଛି ସମୟ ଦେଇ ଆମେ ସମସ୍ତେ ଯୋଗ କରିବା ଏବଂ ସୁସ୍ଥ ରହିବା। ଏହିପରି ମଞ୍ଚାଶିନ ଅତିଥି ମାନେ ଉପସ୍ଥିତ ଶିବିରାର୍ଥିଙ୍କୁ ଯୋଗ ସମ୍ବନ୍ଧରେ ଭିନ୍ନଭିନ୍ନ ମତ ପ୍ରଦାନ କରିଥିଲେ। ଶେଷରେ ଭୀମପୁରା ଟିଭି ସେଣ୍ଟର ପଡ଼ିଆରେ ଭୀମପୁରା ସରପଞ୍ଚ ଗୀତାଞ୍ଜଳୀ ପଲେଇ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ।