ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଡିଓ ଶୁଭଦର୍ଶନ ମିଶ୍ର, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ, ସିଡିପିଓ ରେଣୁବାଳା ଦାଶ, ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଦାୟୀତ୍ୱରେ ଥିବା ଅଧିକାରୀ ନିଶାକର ଖୁଣ୍ଟିଆ, ଗୋଷ୍ଠୀ ସାଧନ ସଂଯୋଜକ, ସହକାରୀ ଯନ୍ତ୍ରୀ, ସମସ୍ତ କନିଷ୍ଠଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଆରଏସ୍‌, ସୁପରଭାଇଜର ମାନେ ଯୋଗ ଦେଇଥିଲେ । ଆସନ୍ତା ଗୁରବାର ବନ୍ତସ୍ଥିତ ମହତାବ ମଇ ବିଦ୍ୟାଳୟ ପରିସରରେ ଏହି ଶିବିର ଅନୁଷ୍ଠିତ ହେବ । ଏଥିନେଇ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହିତ ଆଲୋଚନା କରାଯାଇଥିଲା । ଏହି ଶିବିରରେ ହିତାଧିକାରୀ ମାନେ ସକାଳ ୮ଟାରୁ ୧୦ଟା ମଧ୍ୟରେ ନିଜର ନାମ ପଞ୍ଜୀକରଣ କରିବେ । ପ୍ରମାଣ ପତ୍ର ଚାହୁଁଥିବା ହିତାଧିକାରୀ ମାନେ ପୂର୍ବରୁ ଅନ୍‌ଲାଇନରେ ଆବେଦନ କରି ଏହାର ଗୋଟିଏ କପି ସାଥିରେ ନେଇ ଆସିବେ ବୋଲି କୁହାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ