ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ରାୟଗଡ଼ା,(ଦୂର୍ଗା ପ୍ରସାଦ ପାଢ଼ୀ):କୋଲନରା ପଞ୍ଚାୟତ ସମିତି ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଅଛି। ଏଥିରେ ବ୍ଲକ ର ବିଭିନ୍ନ ଗ୍ରାମର 196 ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ବିଶେଷଜ୍ଞ ଡାକ୍ତର ଦଳ ଭିନ୍ନକ୍ଷମଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିରେ 22 ଜଣ ଦୃଷ୍ଟିଶକ୍ତି ବାଧିତ, 51 ଜଣ କର୍ଣ୍ଣ, ନାସା ଓ ଗଳ। ଶକ୍ତି ବାଧିତ, 77 ଜଣ ଶାରୀରିକ ବାଧିତ, 19 ଜଣ ମାନସିକ ଭିନ୍ନକ୍ଷମ, 18 ଜଣ ସିପି, ଓ 9 ଜଣ ରକ୍ତ ହୀନତା ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଅବସରରେ 4 ଜଣଙ୍କୁ ଚକ ଲଗା ଚଉକି, 1 ଜଣଙ୍କୁ ଆଶା ବାଡି ଓ 2 ଜଣଙ୍କୁ ଚାଲିବା ବାଡି ପ୍ରଦାନ କରାଗଲା। ବିଡିଓ ରିନା ପ୍ରଧାନଙ୍କ ତତ୍ତ୍ଵାବଧାନରେ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହି, ଭାର ପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ପ୍ରଭାତ କୁମାର ଶବର, ରାଜ ଶେଖର ପେଦିନା, ବିଭାଗୀୟ ଅଧିକାରୀ, ହିସାବ ଅଧିକାରୀ, ଗ୍ରା.ପ. ସମ୍ପ୍ରସାରଣ ଅଧିକାରୀ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଯୋଗାଣ ଅଧିକାରୀ, ଅମରେନ୍ଦ୍ର ନାଥ ସମ୍ପାଦକ, ରାୟଗଡ଼ା ଭିନ୍ନକ୍ଷମ ମହାସଂଘ, ସନ୍ତୋଷ ମହାପାତ୍ର ସଭାପତି କୋଲନରା ବ୍ଲକ ଭିନ୍ନକ୍ଷମ ମହାସଂଘ ଏବଂ ଅନ୍ୟାନ୍ୟ ବ୍ଲକ ଓ ଗ୍ରାମ ପଞ୍ଚାୟତ କର୍ମଚାରୀମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ