ଭୀଷ୍ମଗିରି କଲେଜରେ ବିଶ୍ବ କର୍କଟ ଦିବସ ପାଳନ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ ମଙ୍ଗଳବାର ବିଶ୍ବ କର୍କଟ ଦିବସ ପାଳିତ ହୋଇଯାଇଛି । ଜାତୀୟ ସେବା ସଂସ୍ଥା , ଯୁବ ରେଡକ୍ରସ ଓ ଭାରତ ସ୍କାଉଟ ଏବଂ ଗାଇଡ ଶାଖା ର ମିଳିତ ସଂଯୋଜନାରେ ଆୟୋଜିତ ସଭାରେ କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କର ସଭାପତିତ୍ବ କରିଥିଲେ । ଡାକ୍ତର ସୁଦର୍ଶନ ପାଢୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ କର୍କଟ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନ କରାଇଥିଲେ । ସ୍କାଉଟ ପ୍ରଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା , ପ୍ରଶିକ୍ଷିକା ପ୍ରିୟଦର୍ଶିନୀ ପ୍ରଧାନ , ଯୁବ ରେଡକ୍ରସ ଉପଦେଷ୍ଟା ରଞ୍ଜନ କୁମାର ଗୌଡ , ଅଧ୍ଯାପିକା ସସ୍ମିତା ପ୍ରଧାନ , ରଶ୍ମିତା ମେକାପ , ଅଧ୍ୟାପକ ଟୁନା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କଲେଜର ସମସ୍ତ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।କାର୍ଯ୍ଯକ୍ରମ ଶେଷରେ ଅଧ୍ୟାପକ ରଞ୍ଜନ କୁମାର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ ।