ଭୀଷ୍ମଗିରି ଗ୍ରାମରେ ପାନୀୟ ଜଳ ସଙ୍କଟ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ପାନୀୟ ଜଳ ସଙ୍କଟ ରୁ ବାସିନ୍ଦା ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।ପାନୀୟ ଜଳ ପ୍ରକଳ୍ପ ରେ ତ୍ରୁଟି ଯୋଗୁଁ ୧୦ ଦିନ ହେଲା ଗ୍ରାମର ସାହି ବାସିନ୍ଦା ଙ୍କୁ ପାଣି ମିଳୁନି।ଲୋକେ ନଳକୂଅ ପାଣି ଉପରେ ନିର୍ଭରଶୀଳ ହେଉଛନ୍ତି। ପ୍ରାୟ ୫୦ ବର୍ଷ ପୂର୍ବେ ରାମନଦୀ ପଠା ରୁ ପାଇପ ଯୋଗେ ପୂର୍ବରୁ ଭୀଷ୍ମଗିରି ଗ୍ରାମର ବିଭିନ୍ନ ସାହି ବସ୍ତି ମାନଙ୍କୁ ପାନୀୟ ଜଳ ଯୋଗାଣ ହେଉଥିଲା। ପରବର୍ତ୍ତୀ ସମୟରେ ୨ କୋଟି ୪ ଲକ୍ଷ ବ୍ୟୟ ଅଟକଳରେ ଜକମେରିପଲ୍ଲୀ ଗ୍ରାମ ନିକଟ ରେ ନୂତନ ପ୍ରକଳ୍ପ ପ୍ରତିଷ୍ଠା କରାଯାଇ ଲୋକଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯାଇଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ଏହିକି ଯେ,ପଞ୍ଚାୟତ ପକ୍ଷରୁ ଆବଶ୍ୟକ ରକ୍ଷଣା ବେକ୍ଷଣ କରାଯାଉ ନଥିବାରୁ ପାନୀୟ ଜଳ ପ୍ରକଳ୍ପରୁ ମୁନ୍ଦାଏ ପାଣି ମିଳୁନି।ଠାକୁରାଣୀ ମନ୍ଦିର ଛକ ଏବଂ କଲେଜ ନିକଟରେ ଥିବା ନଳକୂପ ରୁ ଲୋକେ ପାନୀୟ ଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। ଏନେଇ ଦିଗପହଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ ଇଂ. ଜ୍ୟୋତି ପ୍ରକାଶ ବିଶ୍ୱାସରାୟ ଙ୍କୁ ଯୋଗାଯୋଗ କରିବାରେ ପାନୀୟ ଜଳ ପ୍ରକଳ୍ପ ୟୁ ଜି ଆର ଅଚଳ ହୋଇପଡିଛି। ମୁଖ୍ୟ ପ୍ରକଳ୍ପର ପ୍ଲେଟ ଗୁଡ଼ିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। ୩ ଲକ୍ଷ ୨୫ ହଜାର ଲିଟର ପାଣିଟାଙ୍କି ଖାଲି କରାଯାଇ ମୋଟର ମରାମତି କରାଯିବା ପରେ ପ୍ରକଳ୍ପରୁ ଖୁବ୍ ଶୀଘ୍ର ପାନୀୟ ଜଳ ଯୋଗାଣ କରାଯିବ ବୋଲି କହିଛନ୍ତି।ଅପରପକ୍ଷରେ ଭୀଷ୍ମଗିରି ଜନସାଧାରଣ ଙ୍କୁ ପାଇପ ପାଣି ନମିଳିଲେ ପଞ୍ଚାୟତ ବାସୀ ଙ୍କ ପକ୍ଷରୁ ଜନଆନ୍ଦୋଳନ କରାଯିବ ବୋଲି ପୂର୍ବତନ ସରପଞ୍ଚ ପିତାମ୍ବର ଗୌଡ଼ ଚେତାବନୀ ଦେଇଛନ୍ତି।