ଭୀଷ୍ମଗିରି ଠାରେ ଉତ୍କଳ ମହିଳା ସମିତିର ଶାଖା ଗଠିତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ମହିଳା ଙ୍କ ଶିକ୍ଷା, ସମ୍ମାନ, ସ୍ଵାଭିମାନ,ସୁରକ୍ଷା ଓ ସର୍ବୋପରି ମହିଳା ସଶକ୍ତି କରଣ ଲକ୍ଷ ନେଇ ଶନିବାର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଉତ୍କଳ ମହିଳା ସମିତି ର ଏକ ନୂତନ ଶାଖା ଗଠନ କରାଯାଇଛି । ସ୍ଥାନୀୟ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ କାର୍ଯ୍ୟାଳୟ ପରିସରରେ ଭୀଷ୍ମଗିରି ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟା  ଅମୂଲ୍ୟ କୁମାରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ବୈଠକରେ ନିମନ୍ତ୍ରିତ ଅତିଥି ରୂପେ ଉତ୍କଳ ମହିଳା ସମିତି ର ଗଞ୍ଜାମ ଜିଲା କର୍ମକର୍ତ୍ତା ସୁଶ୍ରୀ ସରସ୍ଵତୀ ପ୍ରଧାନ , ସିପିଆଇ ର କାର୍ଯ୍ୟକର୍ତ୍ତା   ବୃନ୍ଦାବନ ପଣ୍ଡା, ଅଳକ ନାଥ ମିଶ୍ର, ପ୍ରକାଶ ଚନ୍ଦ୍ର ସେଠୀ, ଅଶୋକ କୁମାର ସେଠୀ, ବାଦ୍ରି. ସୁକୁଟା ଓ ସୁବାଷ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ନାରୀ ଜାତିର ଶିକ୍ଷା, ସମ୍ମାନ, ସ୍ଵାଭିମାନ ଯେଉଁ ଭଳି ଭାବେ ଅସୁରକ୍ଷିତ ହୋଇ ପଡିଛି ଓ ନାରୀ ଅଧିକାର ଦୂରେ ଥାଉ ନାରୀ ସ୍ଵାଧୀନତା ଆଜି ଭୁଲୁଣ୍ଠିତ ହୋଇପଡିଛି ସେ ସମ୍ପର୍କରେ ମତ ପୋଷଣ କରିବା ସହିତ ନିଜର ସୁରକ୍ଷା ଓ ଅଧିକାର ପାଇଁ ନାରୀ ମାନେ ସଂଗଠିତ ହେବାର ଆବଶ୍ୟକତା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ। ବୈଠକରେ ଉପସ୍ଥିତ ମହିଳା ମାନେ କିଭଳି ଅଭାବ ଅସୁବିଧା ଓ ଭୟ ପୂର୍ଣ୍ଣ ବାତାବରଣ ମଧ୍ୟରେ କାଳାତିପାତ କରୁଛନ୍ତି ସେ ସମ୍ପର୍କରେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ଶେଷରେ ଏକ ଦୃଢ ସଂଗଠନ ଗଠନ କରି ନାରୀ ସମ୍ମାନ, ସ୍ଵାଭିମାନ,ସୁରକ୍ଷା ଓ ଅଧିକାର ପାଇଁ ସଂଗଠିତ ହେବାକୁ ସଂକଳ୍ପବଦ୍ଧ ହୋଇଥିଲେ ଓ ଉତ୍କଳ ମହିଳା ସମିତି ଆନୁକୁଲ୍ୟ ରେ ଭୀଷ୍ମଗିରି ଗ୍ରାମରେ  ଏକ ମହିଳା ସମିତିର ନୂତନ ଶାଖା ଗଠନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରାରମ୍ଭିକ ଭାବେ ୫୪ ଜଣ ମହିଳାଙ୍କୁ ନେଇ ନବଗଠିତ ଏହି  ସୁପରିଚାଳନା ପାଇଁ ଏକ ୭ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯିବା ସହିତ କର୍ମକର୍ତ୍ତା ରୂପେ ଯଥାକ୍ରମେ  ଅମୂଲ୍ୟ କୁମାରୀ ଦାସ-ସଭାନେତ୍ରୀ,  ବାଦ୍ରି. ସାକିଲି-ଉପ ସଭାନେତ୍ରୀ, ପଙ୍କଜ ସାହୁ–ସମ୍ପାଦିକା,  ପୂର୍ଣ୍ଣମାସୀ ମାହାନ୍ତି-ସହ ସମ୍ପାଦିକା ଓ  ଗୀତାଞ୍ଜଳି ପଣ୍ଡା ଙ୍କୁ କୋଷାଧକ୍ଷା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ