ଭୀଷ୍ମଗିରି ହାଇସ୍କୁଲର ହୀରକ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ  ଭୀଷ୍ମଗିରି ହାଇସ୍କୁଲ ର ହୀରକ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ଭୀଷ୍ମଗିରି ହାଇସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।  ପରିଚାଳନା ପରିଷଦର କାର୍ଯ୍ୟକାରୀ ସଭାପତି  ବିଜୟ କୁମାର ବକ୍ସି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ  ରାଜେନ୍ଦ୍ର କୁମାର ଗୌଡ ପୂର୍ବ ବୈଠକର ବିବରଣୀ ଉପସ୍ଥାପନ କରିଥିଲେ।  ୧୯୬୩ ମସିହା ଠାରୁ ଭୀଷ୍ମଗିରି ହାଇସ୍କୁଲରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୫୯ ଟି ମାଟ୍ରିକ ବ୍ୟାଚର  ଛାତ୍ରୀ ଛାତ୍ର ଙ୍କ ନାମ ତାଲିକା ସଂଗ୍ରହ କରାଯାଇଛି। ସେମାନଙ୍କୁ ଅତିଶିଘ୍ର ଯୋଗାଯୋଗ କରାଯିବା ନିମନ୍ତେ ବୈଠକରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଯାଇଥିଲା।ଏହି ହୀରକ ଜୟନ୍ତୀ ମହୋତ୍ସବରେ ଅତିଥି ରୂପେ ଯୋଗ ଦେବାପାଇଁ ଭାରତର  ରାଷ୍ଟ୍ରପତି, ଉଭୟ ଓଡିଶା ଓ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳଙ୍କ ସମେତ ବିଭିନ୍ନ ବିଭାଗୀୟ ମନ୍ତ୍ରୀ, ବିଶିଷ୍ଟ ବୈଜ୍ଞାନିକ  କୋଟା ହରି ନାରାୟଣ ଓ ମୋ ସ୍କୁଲ ଓଡିଶା ମୁଖ୍ୟ ସୁଶ୍ରୀ ସସ୍ମିତା ବାଗଚି ଙ୍କୁ ନିମନ୍ତ୍ରଣ କରାଯିବା ନିମନ୍ତେ ବୈଠକରେ ସ୍ଥିର କରାଯାଇଥିଲା। ସେହିଭଳି ମହୋତ୍ସବ ସୁପରିଚାଳନା ନିମନ୍ତେ ବିଭିନ୍ନ କମିଟି ଗଠନ କରାଯାଇଥିଲା। ସର୍ବଶ୍ରୀ  ବୃନ୍ଦାବନ ପଣ୍ଡା , ରଜନୀ କାନ୍ତ ମହାପାତ୍ର, ରମେଶ ଚନ୍ଦ୍ର ପାଠୀ , ପ୍ରମୋଦ ପଟ୍ଟନାୟକ, ସିମାଞ୍ଚଳ ଗୌଡ, ଶୁଭେନ୍ଦୁ କୁମାର ପାଢ଼ୀ, ରବି ନାରାୟଣ ପଣ୍ଡା , ରାଜେନ୍ଦ୍ର କୁମାର ପାଠୀ , ସନ୍ତୋଷ କୁମାର ଗୌଡ,ଶାନ୍ତନୁ କୁମାର ପଣ୍ଡା, ଟି.ଶ୍ରୀନିବାସ ପାତ୍ର,ପି.ସନ୍ତୋଷ କୁମାର ପାତ୍ର,କେ.ଦେବେନ୍ଦ୍ର ପାତ୍ର, ପ୍ରକାଶ ଚନ୍ଦ୍ର ଗୌଡ , କେଶବ ଚନ୍ଦ୍ର ଗୌଡ , ଶିବରାମ ପଣ୍ଡା , ଶିବରାମ ମହାନ୍ତି, ପ୍ରକାଶ ଚନ୍ଦ୍ର ସେଠୀ , ଗୋପାଳ କୃଷ୍ଣ ପଟ୍ଟନାୟକ
, ଏସ. ଆନନ୍ଦ ରାଓ ପାତ୍ର , ଇ. ଦିଲ୍ଲୀପ କୁମାର ପାତ୍ର ଙ୍କୁ ବିଭିନ୍ନ କମିଟିର ଦାୟିତ୍ଵ ନିର୍ବାହ ନିମନ୍ତେ ମନୋନୀତ କରାଯାଇଥିଲା। ମହୋତ୍ସବ ଅବସରରେ ଏକ ସ୍ମରଣିକା ପ୍ରକାଶ କରାଯିବ ତାହାର ଅଧ୍ୟକ୍ଷ ରୂପେ  ଅନନ୍ତ ରାମ କର , ବିପ୍ର ଚରଣ ଚୌଧୁରୀ ଓ ବାବୁଲାଲ ନାୟକଙ୍କୁ ମନୋନୀତ କରାଯାଇଥିଲା। ହୀରକ ଜୟନ୍ତୀ ପାଳନ ଅବସରରେ ବାବୁଲାଲ ନାୟକଙ୍କ ଦ୍ଵାରା ପ୍ରସ୍ତୁତ ଏକ ଲୋଗ କୁ ବୈଠକରେ ସ୍ବୀକୃତି ପ୍ରଦାନ କରାଯିବା ସହ ଆସନ୍ତା ଜାନୁଆରୀ  ୮ ତାରିଖ ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ସମୀକ୍ଷା ବୈଠକ ଅବସରରେ ଏହାର ଉନ୍ମୋଚନ କରାଯିବା ନିମନ୍ତେ ପ୍ରସ୍ତାବ ଗୃହୀତ କରାଯାଇଥିଲା। ବୈଠକ ଶେଷରେ ମହୋତ୍ସବ ପରିଚାଳନା କମିଟିର ଅନ୍ୟତମ ସମ୍ପାଦକ  ପୀତାମ୍ବର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ