ଭୁଜାଲିରେ ହାଣି ୮ ଲକ୍ଷ ଲୁଟ୍
କେନ୍ଦୁଝର: ଭୁଜାଲିରେ ହାଣି ଦୁର୍ବୃତ୍ତମାନେ ୮ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ୪୯ ନଂ ଜାତୀୟ ରାଜପଥର ସଦର ଥାନା ଠାକୁରଡିହି ଛକରେ ସଶସ୍ତ୍ର ଡକାୟତି ଘଟିଛି । ଏକ ଖଣିଜ ପରିବହନକାରୀ ସଂସ୍ଥାର କର୍ମଚାରୀଙ୍କୁ ହାଣି ଦୁର୍ବୃତ୍ତମାନେ ଟଙ୍କା ଲୁଟିନେଇଛନ୍ତି । ଏକ ବାଇକରେ ସମ୍ପୃକ୍ତ କର୍ମଚାରୀ ଓ ଅନ୍ୟ ଜଣେ ଯାଉଥିବାବେଳେ ଦୁର୍ବୃତ୍ତମାନେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏହି ସମୟରେ ଖଣିଜ ପରିବହନକାରୀ ସଂସ୍ଥାର କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ଏକ ଭୁଜାଲିରେ ହାଣି ଟଙ୍କା ଛଡ଼ାଇ ନେଇଥିଲେ । ପରେ ଗୁଳି ଫୁଟାଇ ବାଇକରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଭୁଜାଲି ଚୋଟରେ ଆହତ କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାର ଛାନଭିନ କରୁଛି ।


